(ଭୁବନ/କଳ୍ପତରୁ ଜେନା): ଜାତୀୟ ରାଜପଥ ୫୩ କଡରେ ଛିଡା ହୋଇଥିବା ଟିପରକୁ ଧକ୍କା ଦେଲା ଦଶ ଚକିଆ ଟ୍ରକ। ଘଟଣାସ୍ଥଳରେ ଦଶ ଚକିଆ ଟ୍ରକ ଡ୍ରାଇଭରର ମୃତ୍ୟୁ ଘଟିଛି । ସୁଚନା ଅନୁଯାଇ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଟିପିଲେଇ ଛକ ନିକଟରେ ଘଟିଛି ଦୁର୍ଘଟଣା ।
ଟିପିଲେ ଛକ ନିକଟବର୍ତ୍ତି ରାସ୍ତା କଡରେ ଥିବା ଏକ ପୋଖରୀ ନିକଟରେ ଦୁଇଟି ଟିପର ଛିଡା ହୋଇଥିଲା । ଏହି ଟିପର ପଛପଟୁ OD-35-D-4217 ନମ୍ବର ଦଶ ଚକିଆ ଧକା ଦେଇଥିଲା । ଯାହାଫଳରେକି ଦଶ ଚକିଆ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦଶ ଚକିଆ ଟ୍ରକରୁ ମୃତ ଡ୍ରାଇଭରକୁ ଉଦ୍ଧାର କରି ଦମକଳ ବାହିନୀ ସାହାଯ୍ୟରେ ଭୁବନ ମେଡିକାଲକୁ ପଠାଇଥିବା ଜଣାପଡିଛି । ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ପହଁଞ୍ଚି ତଦନ୍ତ ଚଳାଇଛନ୍ତି।