ଭିଜିଲାନ୍ସ ଜାଲରେ ତିହିଡ଼ି ବ୍ଳକ୍ କିରାଣୀ

ବାଲେଶ୍ୱର : ବ୍ଳକ୍ କିରାଣୀ ପ୍ରଭାକର ପ୍ରଧାନଙ୍କ ଅଫିସ ଓ ଘରେ ଚାଲିଛି ଭିଜିଲାନ୍ସ ରେଡ଼ । ଭିଜିଲାନ୍ସର ଗୋଟିଏ ଟିମ୍ ତିହିଡ଼ି ବ୍ଲକ୍ରେ ଚଡ଼ାଉ କରୁଥିବାବେଳେ ଅନ୍ୟ ଟିମ୍ଟି ବାଲେଶ୍ୱର ନିଳିଆବାଗ ସ୍ଥିତ ପ୍ରଭାକରଙ୍କ ଘରେ ଯାଞ୍ଚ ଚଳାଇଛି । କିରାଣୀ ପ୍ରଭାକର ଆବାସ ଯୋଜନାର ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗାରେ ଥିବା ପ୍ରଭାକରଙ୍କ ଶ୍ୱଶୁରଘର ପାଖରେ ଅନ୍ୟ ଏକ ଟିମ୍ ପହଞ୍ଚିଥିବା ଜଣାପଡ଼ିଛି । ବ୍ୟାଙ୍କ ଆକାଉଣ୍ଟ, ଜମିପଟ୍ଟା, ଫିକ୍ସ ଡିପୋଜିଟର କାଗଜପତ୍ରକୁ ଜବତ କରିଛି ଭିଜିଲାନ୍ସ ଟିମ ।