(ସୁନିଲ କୁମାର ମହାନ୍ତି): ଆଠମଲ୍ଲିକ ଅଇଡା ଗ୍ରାମପଞ୍ଚାୟତ ରଙ୍ଗପୁର ଗ୍ରାମ ନିକଟରେ ବାଘୁଣୀ ସୁନ୍ଦରୀ ଥିବା ଖବର ମିଳୁଛି । ଏନେଇ ଗ୍ରାମବାସୀ ମଧ୍ୟରେ ଆତଙ୍କ ଖେଳିଯାଇଛି । ମଙ୍ଗଳବାର ବାଘୁଣୀ ସୁନ୍ଦରୀ ଏକ ଗାଈ ଶିକାର କରିଥିଲା । ଗତକାଲି ବାଘୁଣୀ ଏକ କୁକୁର ବେକ କାମୁଡି ଦେଇଥିଲା । ବାଘୁଣୀ ଭୟରେ ପିଲାମାନେ ସ୍କୁଲକୁ ପାଠପଢିବାକୁ ଆସୁନାହାନ୍ତି ।