( ଜଗନ୍ନାଥ ଅଗ୍ରୱାଲ): ସାତକୋଶିଆରେ ପୁଣି ବାଘୁଣୀ ସୁନ୍ଦରୀ ଆତଙ୍କ । ଗାଈ ଶିକାର କଲା ବାଘୁଣୀ । ସାତକୋଶିଆ ଅଭୟାରଣ୍ୟ ଅଂଚଳରେ ମଣିଷ ଶିକାର କରି ଆତଙ୍କ ଖେଳାଇଥିବା ବାଘୁଣୀ ସୁନ୍ଦରୀ ପୁଣି ଜନବସତି ଅଂଚଳ ଆଡକୁ ମୁହାଁଇବା ଜାରି ରଖିଛି । ପୁଣି ଏକ ଗାଈକୁ ମାରିଛି ସୁନ୍ଦରୀ । ଆଠମଲିକ ରେଞ୍ଜ ଲେହେଡି ଗାଁରେ ଗାଈ ଶିକାର କରିଛି ବାଘୁଣୀ । ଫଳରେ ସୁନ୍ଦରୀକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା । ବାଘୁଣୀ ପାଇଁ ପିଲାମାନେ ଭୟରେ ପାଠ ପଢ଼ିବା ପାଇଁ ମଧ୍ୟ ଯାଇପାରୁ ନାହାନ୍ତି । ଆଉ ସ୍କୁଲ ଗଲେ ମଧ୍ୟ ଶିକ୍ଷକମାନେ ଭୟରେ ସ୍କୁଲ ଆସୁନାହାନ୍ତି । ଅନ୍ୟପଟେ ସ୍ଥାନୀୟ ଅଂଚଳରେ ସୁନ୍ଦରୀ ପାଇଁ ଭୟର ବାତାବରଣ ସୃଷ୍ଟି ହେଉଛି ।