(ଜଗନ୍ନାଥ ଅଗ୍ରୱାଲ): ସୁନ୍ଦରୀକୁ ଧରିବା ପାଇଁ ବରମ୍ବାର ଚେଷ୍ଟା ସତ୍ତେ୍ୱ ସଫଳତା ମିଳୁନି ବନ ବିଭାଗକୁ । ତାକୁ ଧରିବା ପାଇଁ ତୃତୀୟ ପର୍ଯ୍ୟାୟ ଚେଷ୍ଟା ମଧ୍ୟ ଫେଲ ମାରିଛି । ଦୁଇ ଦିନ ଦୁଇ ରାତି ବିତି ଯାଇଥିଲେ ମଧ୍ୟ ଏବେ ସୁଦ୍ଧା ବାଘୁଣୀ ସୁନ୍ଦରୀ ଧରାପଡ଼ିନି । ରାତି ତମାମ୍ ଚେଷ୍ଟା ପରେ ମଧ୍ୟ ମିଶନ୍ ସୁନ୍ଦରୀ ଫେଲ ମାରିଥିବାରୁ ଓୟୁଏଟି ବିଶେଷଜ୍ଞ ଫେରି ଯାଇଥିବା ସୂଚନା ମିଳିଛି । ଏବେ ଅନ୍ୟ ଟ୍ରାଙ୍କୁଲାଇଜ୍ ଟିମକୁ ନେଇ ଚତୁର୍ଥ ପର୍ଯ୍ୟାୟ ଅଭିଯାନ ପୁଣି ଥରେ ଆରମ୍ଭ ହୋଇଛି ।
ସୂଚନା ଅନୁସାରେ ରାତି ଅନିଦ୍ରା ହୋଇ ସାତକୋଶିଆରେ ସୁନ୍ଦରୀକୁ କାବୁ କରିବା ପାଇଁ ଡେରା ପକାଇଥିବା ବନବିଭାଗ କର୍ମଚାରୀଙ୍କୁ ନିରାଶ ହେବାକୁ ପଡ଼ିଥିଲା । କାରଣ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଯେଉଁ ନିଶ୍ଚେତକ ଗୁଳି ବାଘୁଣୀକୁ ମରାଯାଇଥିଲା, ତାହା ଲକ୍ଷ୍ୟଚ୍ୟୁତ ହୋଇଛି ।ଏପରିକି ମଂଚା ତଳେ ଛେଳି ବାନ୍ଧି ସୁନ୍ଦରୀକୁ କାବୁ କରିବା ପାଇଁ ଉଦ୍ୟମ ମଧ୍ୟ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ବନବିଭାଗର ସବୁ ପ୍ରକାର ଉଦ୍ୟମକୁ ମାତ୍ ଦେଇ କୁମୁରୀ ଗାଁରୁ ନୂଆସାହି ଅଂଚଳକୁ ଡିଆଁ ମାରିଥିଲା ବାଘୁଣୀ । ନୂଆସାହି ନିକଟସ୍ଥ ଏକ ପଥର ଖୋଲ ଲତାବୁଦାରେ ଲୁଚି ରହିବା ପରେ ପୁଣି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା ।ଏଥି ପାଇଁ ନାକେଦମ ହେବାକୁ ପଡିଛି ବନ ବିଭାଗକୁ।ବାଘକୁ ଟ୍ରଙ୍କୁଳାଇଜ କରିବା ପାଇଁ ମଧ୍ୟପ୍ରଦେଶର କାଁହା ଓ ପେଞ୍ଚ ଜାତୀୟ ଉଦ୍ୟାନରୁ ଆସୁଛି ତାଙ୍କୁଲାଇଜ ବିଶେଷଜ୍ଞ ଦଳ ଏବଂ ବାଘୁଣୀ ସୁନ୍ଦରୀ ବର୍ତ୍ତମାନ କୁମୁରିରୁ ଚଖମା ଦେଇ ବାଘମୁଣ୍ଡା ଜଙ୍ଗଲକୁ ଚାଲିଯାଇଥିବା ସାତକୋଶିଆ ଜଉଉୠ ସୁଦର୍ଶନ ପଣ୍ଡା ମତ ଦେଇଛନ୍ତି।