( ଜଗନ୍ନାଥ ଅଗ୍ରୱାଲ): ପୁଣି ବାଘୁଣୀ ପାଇଁ ଜୋର ଧରିଲା ଆନ୍ଦୋଳନ । ପ୍ରଶାସନ ଦେଇଥିବା ପ୍ରତିଶୃତି ଏଯାଏଁ ପାଳନ କରିବାରୁ ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗତ ୧୨ତାରିଖରେ ବାଘୁଣୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ପରେ ଗାଈକୁ ଶିକାର କରିବା ପରେ ଏବେ ସାତିକୋଶିଆବାସୀଙ୍କ ନିଦ ହଜିଯାଇଛି । ବାଘୁଣୀକୁ ତୁରନ୍ତ ସ୍ଥାନାନ୍ତରିତ କରିବା ସହ ମହିଳାଙ୍କ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି । କେବଳ ଯେ ବାଘୁଣୀ ତା ନୁହଁ,ହାତୀ,ବାର୍ହା ଓ ଅନ୍ୟାନ୍ୟ ଜୀବଜନ୍ତୁ ଦାଉରୁ ସାତକୋଶିଆ ବାସୀ ଙ୍କୁ ସୁରକ୍ଷା ଦେବା ଓ ଅଭୟରଣ୍ୟ ଅଂଚଳରେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ, ପାନୀୟଜଳ ଭଳି ମୌକିକ ସୁବିଧା ଯୋଗାଇଦେବାକୁ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।