ବାଘ ହଟାଓ ମଣିଷ ବଚାଂଓ

(ଜଗନ୍ନାଥ ଅଗ୍ରଓ୍ୱାଲ) : ଅନୁଗୋଳ ଗତକାଲି ବାଘୁଣୀ ଜଣେ ମହିଳାଙ୍କୁ ମାରିବା ଘଟଣାରେ ଆଜି ଉଗ୍ରରୂପ ନେଇଛି ଶାତକୋଶିଆ ଅଭୟାରଣ୍ୟ । ଆଜି ସକାଳେ ତରଭା, ଜଗନ୍ନାପୁର ଓ ପମ୍ପସର ନିକଟରେ ରାସ୍ତାରୋକ କରିଛନ୍ତି ହଜାର ହଜାର ଗ୍ରାମବାସୀ, ସେମାନଙ୍କ ଦାବି ବାଘ ହଟାଅ ମଣିଷ ବଞ୍ଚାଅ । ଶାତକୋଶିଆ ଅଞ୍ଚଳରେ ଫରେଷ୍ଟ ଡିପାର୍ଟମେଣ୍ଟର ଯେତେ ଅଫିସ,ଘର ଗେଷ୍ଟ ହାଉସ, ବିଟ ହାଉସ ସବୁ ଭାଙ୍ଗି ଦେଇଛନ୍ତି ଉତ୍ୟକ୍ତ ଲୋକେ । ସେପଟେ ବନ କର୍ମଚାରୀ ଲୋକଙ୍କ ଭୟରେ ଜଙ୍ଗଲ ଭିତରେ ଏଣେ ତେଣେ ଲୁଚି ରହିଛନ୍ତି । ୨୦ ଘଂଟାରୁ ଅଧିକ ସମୟ ହେବ ଶବ ରଖି ଲୋକମାନେ ରାସ୍ତା ରୋକ କରିଛନ୍ତି । ସେପଟେ ଘଟଣା ସ୍ଥଳକୁ ଅନୁଗୋଳ ଏସପି, ଅତିରିକ୍ତ ଜିଲ୍ଲାପାଳ ଅଫିସର ଯାଇ ପହଁଞ୍ଚୀ ଲୋକମାନଙ୍କୁ ବୁଝାଶୁଝା କରୁଛନ୍ତି ।

ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ଥାନା ଅଧୀନରେ ଥିବା ଟିକରପଡ଼ା ପଞ୍ଚାୟତ ହାତୀବାରି ଗ୍ରାମର ମହିଳା କୈଳାସ ସାଇଅ (୫୦) ସକାଳେ ମେଣ୍ଡିକା ନାଳ ନିକଟକୁ ଯାଇଥିବା ବେଳେ ବାଘୁଣୀ ସୁନ୍ଦରୀ ତାଙ୍କୁ ଆକ୍ରମଣ କରି ମାରିଦେଇଥିଲା। ଅପରାହ୍ନ ୨ଟାରେ ଗ୍ରାମବାସୀ ଖୋଜାଖୋଜି କରି ଏକ ବୁଦାମୂଳୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଥିଲେ।