ଗଜପତି ଜିଲ୍ଲାରେ ଏବେ ଦେଖା ଦେଇଛି ୨ଟି ବାଘର ଆତଙ୍କ । ପାରଳାଖେମୁଣ୍ଡି ସହିତ ସଂଲଗ୍ନବର୍ତ୍ତୀ ଆନ୍ଧ୍ରର ଗାଁରେ ଗତକାଲି ବିଳମ୍ବିତ ରାତିରୁ ଏକ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ରାୟଗଡ ବ୍ଲକ କୁମୁଳିସିଂ ଗାଁରେ ବାଘ ଆଉ ଏକ ଗାଈ ମାରି ଖାଇଛି । ପାରଳାଖେମୁଣ୍ଡି ଆଖପାଖ ଅଞ୍ଚଳରେ ଓଡ଼ିଶା ଓ ଆନ୍ଧ୍ର ବନ ବିଭାଗ ବାଘକୁ ଟ୍ରାକ କରୁଛନ୍ତି । ରାୟଗଡ଼ କୁମୁଳୁସିଂ ଗାଁରେ ନାରାୟଣପୁର ରେଞ୍ଜର ବନକର୍ମଚାରୀ ବାଘକୁ ଟ୍ରାକ କରିବା ଆରମ୍ଭ କରିଛନ୍ତି । ପାରଳାଖେମୁଣ୍ଡି ସମେତ ଆମରା, ରାଟିଣି ଗାଁ ଓ ରାୟଗଡ ବ୍ଲକର କୁମୁଳୁସିଂ ଗାଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ପାରଳାଖେମୁଣ୍ଡି ନିକଟରେ ମହାବଳ ବାଘ ବୁଲୁଥିବା ବେଳେ ରାୟଗଡ କୁମୁଳୁସିଂରେ ଗାଈ ମାରିଥିବା ବାଘଟି ମହାବଳ ନା କଲରାପତରିଆ ତାହା ସ୍ପଷ୍ଟ ହୋଇନାହିଁ ବୋଲି ଗଜପତି ଡିଏଫଓ ସୂଚନା ପ୍ରଦାନ କରିଛନ୍ତି ।