ବାଘ ଛାଲ ସହ ଜଣେ ବେପାରୀ ଗିରଫ
ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଯୋଜନା କିନ୍ତୁ ସବୁ କିଛି ଫେଲ୍ ମାରିଛି । ଏହି ଯୋଜନା ଚାଲିଥିବାବେଳେ ଚଢାଉ କଲା ବନବିଭାଗ
(କଳାହାଣ୍ଡି) : ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଯୋଜନା କିନ୍ତୁ ସବୁ କିଛି ଫେଲ୍ ମାରିଛି । ଏହି ଯୋଜନା ଚାଲିଥିବାବେଳେ ଚଢାଉ କଲା ବନବିଭାଗ । ବାଘ ଛାଲ ସହ ଜଣେ ବେପାରୀଙ୍କୁ ଅଟକ ରଖାଯାଇଛି । ଝାଡ଼ଖଣ୍ଡର ଜଣେ ବେପାରୀଙ୍କୁ ଅଟକ ରଖିଛି ପୋଲିସ।
ସୂଚନାନୁଯାୟୀ , ଅଞ୍ଚଳରେ ବାଘ ଛାଲି ବିକ୍ରି ହେଉଥିବା ନେଇ ପୋଲିସ ନିକଟରେ ସୂଚନା ମିଳିଥିଲା । ଏହିକ୍ରମରେ ଆଜି ବନବିଭାଗର ଏକ ଟିମ୍ କଳାହାଣ୍ଡି କେଗାଁ ରେଞ୍ଜ ଟିଙ୍ଗିପଦର ଗାଁର ଚଢାଉ କରିଥିଲା । ଏହି ଚଢାଉରେ ବନବିଭାଗ ଟିମ୍ ଏକ ବାଘ ଛାଲ ସହ ଝାଡ଼ଖଣ୍ଡର ଜଣେ ବେପାରୀଙ୍କୁ ଅଟକ ରଖିଛି । ଘଟଣାରେ ବନବିଭାଗ ତଦନ୍ତ ଜାରି ରଖିଛି । ସେପଟେ ଛାଲ୍ ଯାଞ୍ଚ ପାଇଁ ଲାବ୍ରୋଟାରୀକୁ ପଠାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।