ଫୁଲବାଣୀ ବାଲିଗୁଡା ରାସ୍ତାର ଦହପଦର ଛକ ନିକଟରୁ ଜବତ ହେଲା ବାଘ ଛାଲ

ଭୁବନେଶ୍ୱର;(ସରୋଜ ରାଉତ);-ପୁଣି କଲରାପତରିଆ ବାଘ ଛାଲ ଜବତ । ଫୁଲବାଣୀ ବାଲିଗୁଡା ରାସ୍ତାର ଦହପଦର ଛକ ନିକଟରୁ ଜବତ ହେଲା ବାଘ ଛାଲ ।

ଡିଲ ପାଇଁ ଯୋଜନା ହେଉଥିବା ବେଳେ ରେଡ କରିଥିଲା କ୍ରାଇମବ୍ରାଞ୍ଚ STF । ବାଘ ଛାଲ ରଖିବା ଅଭିଯୋଗରେ ଦୁଇଜଣ ଅଭିଯୁକ୍ତ ଗିରଫ ।

ଦୁଇ ଅଭିଯୁକ୍ତ ହେଲେ କନ୍ଧମାଳର ପ୍ରଦୀପ ମଲ୍ଲୀକ ଓ ଗୁତୁଷା ପ୍ରଧାନ । ୪ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା କରିଥିଲେ ଦୁଇ ଅଭିଯୁକ୍ତ ।