ବଜ୍ରାଘାତରେ ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ

କୋରାପୁଟ: ବଜ୍ରାଘାତରେ ଗଲା ତିନି ଜଣଙ୍କ ଜୀବନ । ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଅଞ୍ଚଳରେ । ଏନେଇ ପରିବାରରେ ଶୋକାକୁଳ ପରିସ୍ଥିତି ଉପୁଜିଛି ।
ସୂଚନା ଅନୁଯାୟୀ, କନ୍ଧପୁଟାବନ୍ଧୁ ଗାଁର ବାସିନ୍ଦା ବିଲରେ ଚାଷ କରୁଥିବା ବେଳେ ବଜ୍ରପାତ ହୋଇଛି । ବଜ୍ରାଘାତରେ ଜମିରେ କାମ କରୁଥିବା ୩ ଜଣଙ୍କ ଜୀବନ ଚାଲିଯାଇଛି । ମୃତକ ୩ ଜଣ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି । ସମ୍ପର୍କରେ ବାପା, ଝିଅ ଓ ମାଉସୀଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।