ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ସିଂହଦ୍ୱାର ଆଗରେ ପହଞ୍ଚିଲା ତିନି ରଥ

ପୁରୀ: ରାତିପାହିଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ଏପଟେ ୧୪ ଦିନ ଜ୍ୱରରେ ପଡି ସୁସ୍ଥହେବା ପରେ ଆଜି ନବଯୌବନ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଆଉ ଏତେ ଦିନ ପରେ ଶ୍ରୀଜିଉଙ୍କୁ ରତ୍ନବେଦୀରେ ଦେଖି ଭାବବିହ୍ୱଳ ହୋଇଛନ୍ତି ଭକ୍ତ ।  ବଡଦାଣ୍ଡରେ ଜଗାର ଦର୍ଶନ ପାଇଁ କାହିଁ କେତେ ଦୁରୁ ଛୁଟି ଆସିଛନ୍ତି ଭକ୍ତ । ଆଜି ରଥଖଳାକୁ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ଆସିଥିଲେ ପୂଜାପଣ୍ଡା ସାମନ୍ତ । ତିନି ରଥରେ ଆଜ୍ଞାମାଳ ବିଜେ ହେବା ପରେ ତିନି ରଥକୁ ଟାଣି ଟାଣି ସିଂହଦ୍ୱାରକୁ ଅଣାଯାଇଛି । ସିଂହଦ୍ୱାରରେ ତିନି ରଥ ଲାଗିଛି, ଆଉ ଆସନ୍ତାକାଲି ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ପରେ ଆରମ୍ଭ ହେବ ରଥଯାତ୍ରା ।