କାଳିମେଳା ଦମ୍ପତିଙ୍କ ହତ୍ୟା ଘଟଣାରେ ୩ ଗିରଫ

ମାଲକାନାଗିରି(ସୂର୍ଯ୍ୟକାନ୍ତ ବେହେରା): ମାଲକାନାଗିରି କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୯ ଗ୍ରାମର ଲାଡିରେ ରହୁଥିବା ଭୀମା ମାଢି ଓ ସ୍ତ୍ରୀ ଭିମେ ମାଢିଙ୍କ ଗଳିତ ମୃତ ଦେହ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି । ଗତ ୨୪ ତାରିଖରେ ଚାଷ ଜମିରୁ ମୃତ ଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଏ ନେଇ ଘଟଣାର ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବା ବେଳେ ପୋଲିସ ଆଜି ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ମୃତ ଭିମା ମାଢୀଙ୍କ ବାପା ମୁକା ମାଢୀ ଦୁଇଟି ବିବାହ କରିଥିଲେ। ଦ୍ୱିତୀୟ ସ୍ତ୍ରୀଙ୍କ ପୁଅ ପଦିଆ ମାଢୀ (ଡେଙ୍ଗା) ଓ ଭିମା ମାଢୀ ଦୁଇ ଭାଇ ଅଟନ୍ତି । ଉଭୟଙ୍କ ମଧରେ ତିନି ବର୍ଷ ପୂର୍ବେ ତାଳ ଗଛର ରସ ବାହାର କରିବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ସେହି ଦିନରୁ ସୁଯୋଗର ଅପେକ୍ଷାରେ ଥିବା ପଦିଆ ମାଢୀକୁ ଗତ ମାସ ୨୨ ତାରିଖ ଦିନ ସୁବର୍ଣ୍ଣ ସୁଯୋଗ ମିଳିଥିଲା । ପୂର୍ବ ଯୋଜନା ମୁତାବକ ୨୨ ତାରିଖ ବିଳମ୍ବିତ ରାତିରେ ଏହି ଦମ୍ପତିଙ୍କ ହତ୍ୟା କରି ପଦିଆ ମୃତ ଦେହକୁ ଅଲଗା ଅଲଗା ସ୍ଥାନରେ ଫିଙ୍ଗି ଦେଇଥିବା ଜଣା ପଡିଛି ।