ହତ୍ୟାକାଣ୍ଡର ୭/୮ ଦିନ ପୂର୍ବରୁ ଆସିଥିଲା ଧମକପୂର୍ଣ୍ଣ କଲ୍‌: ପୀତବାସଙ୍କ ସାନଭାଇ

ବ୍ରହ୍ମପୁର: କ୍ରାଇମ ସିନ୍‌ ରିକ୍ରିଏସନକୁ ନେଇ ପ୍ରତିକ୍ରିୟା ରଖିଲେ ପୀତବାସଙ୍କ ସାନଭାଇ । ହତ୍ୟାକାଣ୍ଡର ୭/୮ ଦିନ ପୂର୍ବରୁ ଧମକପୂର୍ଣ୍ଣ କଲ୍‌ ଆସିଥିବା ନେଇ କହିଛନ୍ତି ପୀତବାସଙ୍କ ସାନଭାଇ । ପୁତୁରା ମୋବାଇଲ୍‌କୁ ଧମକପୂର୍ଣ୍ଣ କଲ୍‌ ଆସିଥିଲା । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । ଆମେ ମଧ୍ୟ ଏନେଇ ପୋଲିସକୁ ଅବଗତ କରିଥିଲୁ । ଯେଉଁମାନେ ମାରିଛନ୍ତି, ସେମାନଙ୍କୁ ମୋହରା ବନା ଯାଇଛି ।ଯେଉଁମାନେ ଆଜି ଜେଲ୍‌ ଭିତରେ ଅଛନ୍ତି, ସେମାନେ ମୋହରା କରିଥିବେ । ଜେଲ୍‌ରେ ଯେଉଁମାନେ ଅଛନ୍ତି ସେମାନଙ୍କ ସହ ଭାଇଙ୍କର ୩୫ ବର୍ଷର ସମ୍ପର୍କ । ଏହି ସମ୍ପର୍କ ଭିତରେ ଭାଇ କେବେ ମଣିଷ ମାରିବା ଶିଖାଇ ନ ଥିବେ । କିଏ କାହାର ରାଜନୈତିକ ଶତ୍ରୁ ହୋଇପାରନ୍ତି, କଣ ମଣିଷ ମାରିଦେବେ । ବ୍ରହ୍ମପୁର ଜନସାଧାରଣ ସେମାନଙ୍କୁ ଭଲ ଭାବେ ଜାଣି ସାରିଲେଣି ବୋଲି କହିଛନ୍ତି ପୀତବାସଙ୍କ ସାନଭାଇ ।

ସେପଟେ ପୀତବାସ ପଣ୍ଡା ହତ୍ୟା ମାମଲାରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ । ବ୍ରହ୍ମପୁର ବୈକୁଣ୍ଠନଗର ଅଞ୍ଚଳରେ ହେଲା କ୍ରାଇମ ସିନ୍‌ ରିକ୍ରିଏସନ୍‌ । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ ହୋଇଥିବା ନେଇ ସୂଚନା ମିଳିଛି । ସାର୍ପ ସୁଟର କୁରୁପତି ଓ ବାଇକ୍‌ ଚାଳକ ଚିଣ୍ଟୁକୁ ନେଇ କ୍ରାଇମ ସିନ୍‌ ରିକ୍ରିଏସନ୍‌ କରାଯାଇଛି । କେମିତି ଆସି ପଏଣ୍ଟ ବ୍ଲାଙ୍କ୍‌ରୁ ଗୁଳି କରି ଖସିଗଲେ ସେନେଇ ଅଭିଯୁକ୍ତ ଡେମୋ ଦେଖାଇଛନ୍ତି । ଉମା ବିଷୋୟୀ ଓ କୁରୁପତି ଭୂୟାଁଙ୍କୁ ପୋଲିସ ଗତକାଲି କୋର୍ଟ ଚାଲାଣ କରି ୪ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା । ମାତ୍ର ଦୁଇ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ କୋର୍ଟ । ଗତକାଲି ଦୁଇଜଣ ଏବଂ ଆଜି ୪ଜଣଙ୍କୁ ପୋଲିସ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରୁଛି ।  ଉମା ବିଷୋୟୀ,  କୁରୁପତି ଭୂୟାଁ, ମଦନ ଦଳେଇମଳୟ ବିଷୋୟୀଯୋଗେନ୍ଦ୍ର ରାଉତ ଓ ଚିଣ୍ଟୁ ପ୍ରଧାନ ଛଅ ଜଣଙ୍କୁ ରିମାଣ୍ଡରେ ଯାଇଛନ୍ତି ।