ବାହୁଦା ନଦୀ କୂଳରେ ଟନ ଟନ ମଲା ମାଛ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୁନାପୁର ବେଳାଭୂମି ନିକଟ ବାହୁଦା  ନଦୀ ତଟରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ମଲା ମାଛ ପଡିରହିଛି । ତେବେ ନଦୀ ପାଣିରେ ମଧ୍ୟ ଅନେକ ପରିମାଣରେ ମାଛ ଭାସୁଥିବାର ଦେଖିବାକୁ ମିଳିଛି । କେଉଁ କାରଣରୁ ଏତେ ପରିମାଣର ମାଛ ମରିଛି ତାହା ଅସ୍ପଷ୍ଟ ଅଛି । ତେବେ ମାଛ ଗୁଡିକ ମରିପଡ଼ିଥିବାରୁ ଦୁର୍ଗନ୍ଧ ହେବାର ଆଶଙ୍କା ପ୍ରକାଶ କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସି । ତେଣୁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି ଗ୍ରାମବାସୀ।