ଭୁବନେଶ୍ୱର : OSSSC ବିରୋଧରେ ଗର୍ଜ୍ଜନ କଲେ ପରୀକ୍ଷାର୍ଥୀ । ଆଜି ଲୋୟର ପିଏମଜିରେ ହଜାର ହଜାର ପରୀକ୍ଷାର୍ଥୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପରୀକ୍ଷା ବାତିଲ ଦାବିରେ ଆଶାୟୀ ପ୍ରାର୍ଥୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆର୍ଆଇ, ଏଆର୍ଆଇ, ଅମିନ, ଆଇସିଡିଏସ୍ ପରୀକ୍ଷା ଆଦି ବାତିଲ ଦାବିରେ ଏହି ବିକ୍ଷୋଭ କରାଯାଇଛି। ଏଥିସହିତ ଏକାଧିକ ପରୀକ୍ଷାରେ ଗୁରୁତର ତ୍ରୁଟି ଅଭିଯୋଗ ଆଣି ପରୀକ୍ଷାର୍ଥୀମାନେ ଗର୍ଜନ କରିଛନ୍ତି। ଏହି ବିଭ୍ରାଟରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।