ଏଥର ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରୋପୱେର ମଜା ନେଇପାରିବେ ପର୍ଯ୍ୟଟକ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଥର ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରୋପୱେର ମଜା ନେଇପାରିବେ ପର୍ଯ୍ୟଟକ । ଆଜି ନନ୍ଦନକାନନ ପଅ୍ରାଣୀ ଉଦ୍ୟାନରେ ରୋପଓ୍ବେର ଉଦଘାଟନ କରିବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଏଠାରେ ପର୍ଯ୍ୟଟକ ମାନେ କାଲିଠୁ ରୋପଓ୍ବେର ମଜା ନେଇପାରିବେ । ତେବେ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ରୋପଓ୍ବେର ସ୍ୱତନ୍ତ୍ର ଟିକେଟ କାଉଣ୍ଟର କରାଯାଇଛି । ଯାହାର ମୂଲ୍ୟ ରଖାଯାଇଛି୧୨୦ ଟଙ୍କା । ଏଥିରେ ୧୨ଟି କ୍ୟାବିନ ଥିବାବେଳେ ଗୋଟେ କ୍ୟାବିନରେ ୬ଜଣ ଲେଖାଏ ମୋଟ ୭୨ଜଣ ପର୍ଯ୍ୟଟକ ଏକାଥରକେ ବୁଲିବାର ମଜା ନେଇପାରିବେ ବୋଲି କୁହାଯାଉଛି । ଏହି ରୋପଓ୍ବେର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ କୋଲକାତାର ଏକ ଘରୋଇ ସଂସ୍ଥା ସହିତ ୨୦୨୧ ମସିହାରେ ଚୁକ୍ତି ହୋଇଥିଲା ।