ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ୧୩ ସଦସ୍ୟ ମନୋନୀତ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ ଆଉ ୧୩ ଜଣ ସଦସ୍ୟ ଙ୍କୁ ମନୋନୀତ କରିଛନ୍ତି ସରକାର । ପୂର୍ବରୁ ଗତ ଶନିବାର ମାଲକାନଗିରି ପାଇଁ ୩ ଜଣ ସଦସ୍ୟ,୫ ଜଣ ସ୍ୱତନ୍ତ୍ର ସଦସ୍ୟ ଏବଂ ୩ ଜଣ ବିଶେଷଜ୍ଞ ସଦସ୍ୟ ଙ୍କୁ ମନୋନୀତ କରାଯାଇଥିଲା । ନୂତନ ଭାବେ ମନୋନୀତ ହୋଇଥିବା ସଦସ୍ୟ ମାନେ ହେଲେ ରାମଚନ୍ଦ୍ର ଦୁରୁଆ,ବୈକୁଣ୍ଠନାଥ ବଡ଼ ନାୟକ,ରଶ୍ମିତା ବଡ଼ନାୟକ,ରୁପେନ ଗୁଡ଼ିଆ,ସହଦେଵ ପୂଜାରୀ,ରଘୁନାଥ କିରସାନି,ସୁରେନ୍ଦ୍ର ଖରା,କନି ସୋୟମ,ଜଗା କରାମ,କମଳ ଲୋଚନ ଗୋଲରି,ରାଜନ ମାର୍ଡି,ଗୋପୀ ନାୟକ ଓ ପଡିଆ ମାଡ଼କାମି ।