ଜେ ଏମ ଏଫ ସି କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ହିଞ୍ଜିଳି(ରଜନୀ କାନ୍ତ ପାତ୍ର): ହିଞ୍ଜିଳିକାଟୁ ଜେ ଏମ ଏଫ ସି କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ବିଚାରପତି ରାଜଶ୍ରୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଲୋକଅଦାଲତରେ ହିଞ୍ଜିଳିକାଟୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ୨ଲକ୍ଷ ୬୯ହଜାର ୮ସହ ଟଙ୍କା ଆଦାୟ ହୋଇଥିବା ବେଳେ ଜେ ଏମ ଏଫ ସି କୋର୍ଟର ୬ଟି କେଶର ଫଇସଲା ହୋଇଛି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଶାଖା ପରିଚାଳକ ସତ୍ୟସିସ ପଟ୍ଟନାୟକ, ଓକିଲ ସଙ୍ଘ ସଭାପତି ଦ୍ୱିତିକୃଷ୍ଣ ସାବତ, ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହ, ଷ୍ଟେଟ ବ୍ୟାଙ୍କ ଓକିଲ ରାମଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ଓକିଲ ମୁକ୍ତିରାମ ସାବତ, ନିରଞ୍ଜନ ସାହୁ, ମାନସ ରଞ୍ଜନ ପାଢ଼. ପ୍ରମୋଦ ଦଳାଇ, ମହେନ୍ଦ୍ର ପାତ୍ର, ଟୁନା ସେଠି ଏବଂ ସମସ୍ତ ଓକିଲ ଓ କୋର୍ଟ କର୍ମଚାରୀମାନେ କାଯ୍ୟକ୍ରମରେ ସହଯୋଗ କରିଥିଲେ ।