ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଏବଂ ବାଲିଚନ୍ଦ୍ରପୁର ଥାନାରେ ଥାର୍ଡ ଡିଗ୍ରୀ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ପୃଥକ ପୃଥକ ଥାନାରେ ଥାର୍ଡ ଡିଗ୍ରି । ଥାନା ଭିତରେ ମାଡମରାଯାଇଥିବା ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାରୁ ଆସିଛି ଅଭିଯୋଗ । ଜଗତସିଂହପୁର ଜିଲ୍ଲା ବିରିଡି ଥାନାରେ ଥାର୍ଡ ଡିଗ୍ରୀ ହୋଇଥିବା ବାଲିଆ ଅଞ୍ଚଳର ପାର୍ଥ ସାରଥୀ ଦାସ ଅଭିଯୋଗ ଆଣିଛନ୍ତି । ଥାନା ଭିତରେ ଅମାନୁଷିକ ମାଡ ଯୋଗୁ ଗୁରୁତର ଥିଲେ । ଚିକିତ୍ସିତ ହେବା ପରେ ଗତ ୩ ତାରିଖରେ ଜଗତସିଂହପୁର ଏସପି ଓ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି ପାର୍ଥ ।

ଅଭିଯୋଗ ଅନୁସାରେ, ଗତ ଜୁଲାଇ ୨୫ ତାରିଖ ଦିନ ବିରିଡି ବ୍ଳକ କାର୍ଯ୍ୟାଳୟରେ ବିଧାୟକ ରମାକାନ୍ତ ଭୋଇଙ୍କ ଅଧକ୍ଷ୍ୟତାରେ ଏକ ସମୀକ୍ଷା ବୈଠକ ହେବାର ଥିଲା । ମାତ୍ର ସମୀକ୍ଷା ବୈଠକ ନକରି ବିଧାୟକ ଚାଲିଯିବା କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ।ପୋଲିସ ଘଟଣା ସ୍ଥଳରୁ ପାର୍ଥଙ୍କୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସେପଟେ ବିରିଡି ଥାନା ଆଇଆଇସିଙ୍କୁ ଏସ୍ପିଙ୍କ ନୋଟିସ୍ । ଘଟଣା ସମୟରେ ଥାନାରେ ସିସିଟିଭି ଅଚଳ ଦର୍ଶାଇବାକୁ ନେଇ ନୋଟିସ୍ । ସେହିପରି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରି ଅଭିଯୋଗ । ଅଣକା ପଞ୍ଚାୟତ ମହିପୁର ଗ୍ରାମର ରବୀନ୍ଦ୍ର ମଲ୍ଲିକ ଏକ ଘଟଣାକୁ ନେଇ ଥାନାକୁ ଲିଖିତ ଅଭିଯୋଗ କରିବା ପାଇଁ ଯାଇଥିଲେ । କିନ୍ତୁ ରବୀନ୍ଦ୍ରଙ୍କ ନାଁରେ ପୂର୍ବରୁ ଲିଖିତ ଅଭିଯୋଗ ଥିବାରୁପୋଲିସ ତାଙ୍କୁ ଅଟକ ରଖିଥିଲା । ରବିନ୍ଦ୍ର ଥାନାରେ ଗୁରୁତର ହୋଇ ପଡିବାରୁ ତାଙ୍କୁ କଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଘାଇଛି ।

ପୁଅକୁ ଭେଟିବା ପାଇଁ ପରିବାର ଲୋକେ ଥାନାକୁ ଆସିଥିଲେ ସୁଦ୍ଧା ପୋଲିସ ଭେଟ କରେଇ ଦେଇନଥିଲ। । ପରିବାର ଲୋକେ କଟକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ପୁଅକୁ ଦେଖିବାକୁ ପାଇଥିଲେ । ରବୀନ୍ଦ୍ରଙ୍କୁ ଥାନାରେ ମାଡ ମରାଯାଇଥିବା ସହ ତାଙ୍କୁ ବିଷ ପିଆଇ ଦେଇଥିବା ପରିବାର ଲୋକେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଘଟଣାକୁ ଖଣ୍ଡନ କରିଛନ୍ତି । ଅନ୍ୟପକ୍ଷରେ ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି । ଯୁବକଙ୍କ ଦେହ ଖରାପ ହେବାରୁ ତାଙ୍କୁ କଟକ ପଠାଯାଇଛି । ।ଅନ୍ୟପଟେ ନ୍ୟାୟ ଦାବୀ କରିଛନ୍ତି ପରିବାର ଲୋକେ ।