ଅଳିଆ ଭାବି ରାସ୍ତାରୁ ଉଠେଇଲେ ରଙ୍ଗ ଦେଇ କାନ୍ଥରେ ସଜାଇଲେ

ଭୁବନେଶ୍ୱର : ବାଃ ବାଃ ରେ ରାଜ୍ୟସରକାର ,ଏତେ ଦେଖାଣିଆ ପ୍ରହସନ କାହା ପାଇଁ କରୁଛ | ଗୋଟେ ପଟେ ଗରିବ ପେଟରେ ନାତ ମାରୁଛ ଆଉ ଗୋଟେ ପଟେ ଫଟୋ କାନ୍ଥରେ ଲଗାଇ ଦେଖେଇ ହଉଛ | ଆଗକୁ ବିଶ୍ୱକପ ହକି , ସହରକୁ ସୁନ୍ଦର ଭାବେ ସଜେଇବାପାଇଁ ରାଜ୍ୟ ସରକାର `ଓ ବିଏମ୍ସିର ମିଳିତ ସହାୟତାରରେ  ଅନେକ ଯୋଜନା ଚଳାଇଛନ୍ତି | କେଉଁଠି ରାଜରାସ୍ତାକୁ ସମ୍ପ୍ରସାରଣ କରିବା ପାଇଁ ଉଠାଦୋକାନୀଙ୍କୁ ରାସ୍ତାକଡରୁ ହଟାଉଛନ୍ତି ତା ଆଉ କେଉଁଠି ସବୁଜ ସୁନ୍ଦର କରିବା ପାଇଁ ନୂତନ ଗଛ ଲଗାଉଛନ୍ତି | କାହିଁକି ନା ବିଦେଶୀ ଖେଳାଳି ଓ ରାଜ୍ୟ ବାହାର ଅତିଥିମାନେ ଆସିଲେ ରାଜଧାନୀର ସୌନ୍ଦର୍ଯ୍ୟ ଦେଖିବେ |

ହେଲେ ଏ ସୌନ୍ଦର୍ଯ୍ୟ ଭିତରେ ଅନେକ ଗରିବ ଉଠାଦୋକାନୀଙ୍କ ମୁଁହରୁ ଦାନା ଛଡାଇ ନେଉଛନ୍ତି ବିଏମ୍ସି କର୍ମଚାରୀ | ଆଉ ସରକାରୀ କାନ୍ଥରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଛାଡି ଦେଉଛନ୍ତି ତାଙ୍କ ପ୍ରତିଛବି | ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଉଠାଦୋକାନୀ ମାନେ ରାସ୍ତା କଡରେ ତାଙ୍କର ଜୀବିକା ନିର୍ବାହ କଲେ ରାଜ୍ୟ ସରକାରଙ୍କୁ ଖରାପ ଲାଗୁଛି ତାହାଲେ ଏତେ ବାଃ ବାଃ ନେଇ କାହିଁକି ତାଙ୍କର ଚିତ୍ରକୁ କାନ୍ଥରେ ଆଙ୍କୁଛନ୍ତି | କଣ ଦେଖେଇ ହେବା ପାଇଁ ନା ଅନ୍ୟ କିଛି ଚାଲିଛି ବିଏମ୍ସି ଓ ରାଜ୍ୟସରକାରଙ୍କ ମନରେ | ବିଶ୍ୱର ବଡ ବଡ ସହରରେ ବି ରାସ୍ତା କଡରେ ଦୋକାନୀ ଏଭଳି ନିଜର ପସରା ମେଲାଇ ବେପାର କରନ୍ତି ହେଲେ ଏ ଦୃଶ୍ୟ ଦେଖିବା ପରେ ଲାଗୁଚି ବଡବଡିଆ ସରକାରୀ ବାବୁ ମାନଙ୍କୁ ବୋଧେ କେବଳ ଫଟୋରେ ଥିବା ପ୍ରତିଛବି ଭଲ ଲାଗେ କିନ୍ତୁ ସତ ମଣିଷ ତାଙ୍କୁ ଗନ୍ଧ ହୁଅନ୍ତି | ଉଠା ଦୋକାନୀଙ୍କୁ ନଉଠାଇ, ସେମାନଙ୍କ ଦୋକାନକୁ ସଜେଇ, ତାଙ୍କୁ ରଙ୍ଗୀନ ପୋଷାକ ପିନ୍ଧେଇ, ରାସ୍ତାକଡ଼ରେ ଠିଆ କରାଯାଇ ପାରିଥାନ୍ତା।