ଗିରଫ ହେବ ଭୟରେ ପୋଖରୀ ଭିତରକୁ ଡିଆଁ ମାରିଲା ଚୋରା

ପୁରୀ:- ଗିରଫ ହେବ ଭୟରେ ପୋଖରୀ ଭିତରକୁ ଡିଆଁ ମାରିଲା ଚୋରା । ଏଭଳି ଏକ ଘଟଣା ଘଟିଛି ପୁରୀ ସହରରେ । ସୂଚନା ମୁତାବକ ପୁରୀ ଅଠରନଳା ନିକଟରେ ଜଣେ ବ୍ୟକ୍ତି ଯାଉଥିବାବେଳେ ତାଙ୍କଠାରୁ ଟଙ୍କା ଛଡାଇ ନେଇଥିଲା ଏକ ଚୋର । ଏନେଇ ସଦର ଥାନାକୁ ଖବର ଦିଆଯିବା ପରେ ପୋଲିସ ଚୋରକୁ ଧରିବା ପାଇଁ ଘଟଣାସ୍ଥଳକୁ ଆସିଥିଲା । ତେବେ ଅଠରନଳା ନିକଟରେ ଲୁଚି ରହିଥିବା ଚୋର ପୋଲିସକୁ ଦେଖି ଭୟଭୀତ ହୋଇ ଦୌଡିବା ଆରମ୍ଭ କରିଥିଲା ଆଉ ପୋଲିସ କବଳରୁ ନିଜକୁ ରକ୍ଷା କରିବା ପାଇଁ ଅଲମାଚଣ୍ଡୀ ମନ୍ଦିର ସମ୍ମୁଖରେ ଥିବା ପୋଖରୀକୁ ଡିଆଁ ମାରିଥିଲା । ତେବେ ପୋଲିସ କର୍ମଚାରୀ ମାନେ ବହୁ ବୁଝାସୁଝା କରିବା ପରେ ଚୋର ପୋଖରୀ ଭିତରୁ ଆସିଥିଲା । ଘଟଣାକୁ ନେଇ ସଦର ଥାନା ପୋଲିସ ଛାନଭିନ କରୁଥିବା ବେଳେ ଚୋରର ଏହି କାରନାମା ଏବେ ଚର୍ଚ୍ଚାର ବିଷୟ ହୋଇଛି ।