ଭଲ କଣ୍ଟେଣ୍ଟକରି ନିଜ ଟ୍ୟାଲେଣ୍ଟ ଦେଖାଇବା ସହ ମାସକୁ ମାସ କୋଟି କୋଟି ଟଙ୍କା ଆୟ କରୁଛନ୍ତ

ଆଜି କାଲି ହେଉଛି ଡିଜିଟାଲ ଯୁଗ । ସମସ୍ତେ ଏବେ ସୋସିଆଲ ମେଡିଆରେ ବ୍ୟସ୍ତ । ସୋସିଆଲ ମେଡିଆରେ ନିଜର ଫଟୋ ଓ ଭିଡିଓ ଛାଡିବାକୁ ସମସ୍ତେ ପାଗଳ । କାହିଁକି ବା ପାଗଳ ହେବେ ନି, କାରଣ ସୋସିଆଲ ମେଡିଆ ଏବେ ରୋଜଗାରର ମାଧ୍ୟମ ପାଲଟିଛି । ଭଲରେ କଣ୍ଟେଣ୍ଟକରି ନିଜ ନିଜ ଟ୍ୟାଲେଣ୍ଟ ଦେଖାଇବା ସହ ମାସକୁ ମାସ କୋଟି କୋଟି ଟଙ୍କା ଆୟ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଭାରତର ଧନୀ ୟ୍ୟୁଟୁବର ମାନଙ୍କ ବିଷୟରେ ।

କ୍ୟାରି ମିନାଟି(ଅଜୟ ନାଗର):
କ୍ୟାରି ମିନାଟିକୁ କିଏ ବା ନଜାଣେ । ତାଙ୍କର ଦୁଇଟି ୟୁଟୁବ ଚ୍ୟାନେଲ ଅଛି ଗୋଟିଏ ହେଲା କ୍ୟାରି ମିନାଟି ଏବଂ କ୍ୟାରି ଲାଇଭ । କ୍ୟାରମିନାଟିଙ୍କ ରୋଷ୍ଟ କରିବା ଅନନ୍ଦାଜ ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ ।ତାଙ୍କ ଭିଡିଓରେ ମିଳିୟନ ମିଲିୟନ ଭିଓର୍ସ ଅଛନ୍ତି । ସେହିପରି ଗେମ ଚ୍ୟାନେଲକୁ ଲୋକ ଖୁବ ପସନ୍ଦ କରନ୍ତି । ତେବେ ସେ ବର୍ଷକୁ ୪୧ କୋଟି ଟଙ୍କା ରୋଜଗାର କରନ୍ତି । କ୍ୟାରିଙ୍କ ୩୯.୮ ମିଲିୟନ ସବସକ୍ରାଇବର ଅଛନ୍ତି । କ୍ୟାରି ଲାଗରେ ୧୨ ମିଳିୟନ ସବସକ୍ରାଇବର ଅଛନ୍ତି ।

ଆଶିଷ ଚଞ୍ଚଲାନ :
ଆଶିଷ ଚଞ୍ଚଲାନ ନିଜର ମଜାକିିଆ ଭିଡିଓ ମାଧ୍ୟମରେ ଲୋଙ୍କ ଧ୍ୟାନ ତାଙ୍କ ଆଡକୁ ଆକୃଷ୍ଟ କରିଥାନ୍ତି । ଫ୍ୟାମିଲି ଡ୍ରାମା , ଭାଇ ଭଉଣୀ ଝଗଡା , ସ୍କୁଲ ଡ୍ରାମା ଏହିପରି ଅନେକ କଣ୍ଟେଣ୍ଟ କରନ୍ତି । ତାଙ୍କର ଭିଡିଓରେ ବିଲିୟନ ବିଲିୟନ ଭିଓର୍ସ ଆସିଥାଏ । ଆଶିଷ ପାଖକୁ ଅନେକ ବଲିଉଡ ସେଲିବ୍ରିଟି ଫିଲ୍ମ ପ୍ରେମସନ ପାଇଁ ମଧ୍ୟ ଆସନ୍ତି । ତାଙ୍କର ଏବେ ୨୯.୮ ମିଲିୟନ ସସକ୍ରାବର ଅଛନ୍ତି । ତାଙ୍କ ବର୍ଷକ ଆୟ ହେଉଛି ୪୦ କୋଟି । ଆଶିଷ ୨୦୧୪ରୁ ୟୁଟୁବ ଆରମ୍ଭ କରିଥିଲେ ।

ଭୁବନ ବାମ : 
ଭୁବନ ବାମ ହେଉଛନ୍ତି ଜଣେ ଆକ୍ଟର,ସିଙ୍ଗର ଏବଂ ରାଇଟର । ୟୁଟୁବ ଚ୍ୟାନେଲ ନାମ ବିବି କି ଭାଇନ୍ସ । ସେ ପ୍ରଥମ ୟୁଟୁବର ଜିଏ କମେଡି କଣ୍ଟେଣ୍ଟ ମାଧ୍ୟମରେ ଲୋକଙ୍କୁ ଆକୃଷ୍ଟ କରୁଥିଲେ । ଭୁବନଙ୍କ ସବୁ ଭିଡିଓରେ ନିଜେ ବହୁତ ସାରା କ୍ୟାରେକ୍ଟର କରୁଥିଲେ । କିନ୍ତୁ କାଙ୍କାର ଟିଟୁ ମାମା କ୍ୟାରେକ୍ଟର ଟି ସମୟକୁ ପସନ୍ଦ ଆସିଥିଲା । କହିବାକୁ ଗଲେ ଟିଟୁ ମାମା କ୍ୟାରେକ୍ଟର ଲୋକଙ୍କ ମନରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଟ୍ରେଣ୍ଡରେ ମଧ୍ୟ ରହିଥାଏ । ଭୁବନ ଏକ ୱେବସିରିଜ ‘ତାଜା ଖବର’ କରିଛନ୍ତି । ଭୁବନଙ୍କ ଭିଡିଓରେ ଆଡଲ୍ଟ କମେଡି, ଫ୍ୟାମିଲି ଡ୍ରାମା ଓ ଅନେକ ପ୍ରକାର ଡ୍ରାମା ଦେଖିବାକୁ ମିଳେ । ଭୁବନ ବର୍ଷକୁ ୧୨୨ କୋଟି ଟଙ୍କା ରୋଜଗାର କରିଛନ୍ତି । ୟୁଟୁବରେ ୨୬.୩ ମିଲିୟକ ସବସକ୍ରାଇବର ଅଛନ୍ତି ।

ସନ୍ଦିପ ମାହେଶ୍ୱରୀ :
ସନ୍ଦିପ ମାହେଶ୍ୱରୀ ହେଉଛନ୍ତି ମୋଟିଭେସନାଲ ସ୍ପିକର । ୟୁଥ୍ ମାନେ ତାଙ୍କୁ ଖୁବ ପସନ୍ଦ କରନ୍ତି । ତାଙ୍କ ଭିଡିଓ ଦ୍ୱରା ମୋଟିଭେଟ ହୁଅନ୍ତି । ଗିନିଜ ୱାର୍ଲଡ ରେକଡ ମଧ୍ୟ ତାଙ୍କ ନାଁ ରେ ରହିଛି । ତାଙ୍କର ବର୍ଷକ ଆୟ ୩୦ କୋଟି ଟଙ୍କା ଆୟ କରନ୍ତି । ତାଙ୍କର ୨୭.୯ ଭିଲିୟନ ସବସକ୍ରାଇବର ଅଛନ୍ତି ।

ଗୌରବ ଚୌଧରୀ :
ଗୌରବ ଚୌଧରୀ ‘ଟେକ୍ନିକାଳ ଗୁରୁଜି’ ନାମରେ ସେ ବେଶ ଜଣା ସୁଣା ।ସେ ୟୁଏଇ ରେ ରୁହନ୍ତି । କହିବାକୁ ଗଲେ ଗୌରବ ଜଣେ ଧନୀ ୟୁଟୁବର । ମୋବାଲ,କାର ଏବଂ ଇଲେକ୍ଟ୍ରି ସାମଗ୍ରୀର ରିଭିୟୁ କରନ୍ତି । ଗୌରବଙ୍କ ବର୍ଷକ ଆୟ ହେଉଛି ୩୫୬ କୋଟି ଟଙ୍କା । ତାଭ୍କର ଏବେ ୨୩.୪ ମିଲିୟନ ସବସକ୍ରାଇବର ଅଛନ୍ତି ।

ଅମିତ ଭଡାନା :
ଅମିତ ଭଡାନା ପରୁଣା ୟୁଟୁବର । ଦେ କମେଡି କଟେଣ୍ଟ ମାଧ୍ୟମରେ ଲେକଙ୍କୁ ବହୁ ହସାନ୍ତି । ସେ ତାଙ୍କ ୟୁଟୁବ ଚ୍ୟାନେଲ ୨୦୧୨ରେ ଆରମ୍ଭ କରିଥିଲେ । ସେବେଠାରୁ ସେ କମେଡି ଭିଡିଓ ବନାନ୍ତି । ତାଙ୍କ କମେଡି ଭିଡିଓ ଖୁବ ଭାଇରାଲ ହୋଇଥାଏ । ଅମିତ ଭଡାନା ବର୍ଷକ ୪୫ କୋଟି ଆୟ କରନ୍ତି । ୨୪.୩ ମିଳିୟନ ସବସକ୍ରାଇବର ଅଛନ୍ତି ।

ନିଶା ମଦୁଲିକା :
ନିଶା ମଦୁଲିକା ଜଣେ ଭାରତୀୟ ମହିଳା । ନିଶା ତାଙ୍କ ଚ୍ୟାନେଲରେ ରୋଶେଇ କ଼ରିବାର ଭିଡିଓ ଅପଲୋଡ କରନ୍ତି । ତାଙ୍କର ରୋଶେଇ ଭିଡିଓରେ ମିଲିୟନ ଭିଲିୟନ ଭିଓର୍ସ ହୁଅନ୍ତି । ଭାରତର ମହିଳା ମାନେ ତାଙ୍କ ଭିଡିଓକୁ ଖୁବ ପସନ୍ଦ କରନ୍ତି ।ତାଙ୍କର ଆୟ ୪୫ କୋଟି । ୧୩.୭ ମିଳିୟନ ସବସକ୍ରାଇବର ଅଛନ୍ତି ।