ହିଞ୍ଜିଳିକାଟୁରେ ଆରମ୍ଭ ହେଲା ଥର୍ମାଲ ସ୍କ୍ରିନିଂ

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଆଜି ହିଂଜିଳି କାଟୁ ପୌରପରିଷଦ ତରଫରୁ ହିଂଜିଳି ଅଞ୍ଚଳର ବିଭିନ୍ନ ୱାର୍ଡ଼ରେ ବୁଲି ବୁଲି ଥାର୍ମାଲ ସ୍କ୍ରିନିଂ ଓ ଅକ୍ସିଜେନ ଚେକ କରାଯାଇଛି । ପୌରପରିଷଦ କାର୍ଯ୍ଯନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁଙ୍କ ନେତୃତ୍ୱରେ ସାହିସାହି ବୁଲି ସ୍ବଚ୍ଛସାଥୀ ,ସ୍ବଚ୍ଛ ସୁପରଭାଇଜର , ପୌରପରିଷଦ କର୍ମଚାରୀ ମେଡ଼ିକାଲ କର୍ମଚାରୀ ପ୍ରକଳ୍ପ ଶିଶୁ ଓ ମହିଳା ବିକାଶ ଅଧିକାରୀଣି ଶୁଭଶ୍ରୀ ପାତ୍ର ଏବଂ ଅଙ୍ଗନବାଡି କର୍ମଚାରୀଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ବୋଲି ପୌରଧିକାରୀ ସୂଚନା ଦେଇଛନ୍ତି ।