ଭୁବନେଶ୍ୱର: ଆଗକୁ ଆସୁଛି ନୂଆବର୍ଷ । କିନ୍ତୁ ୨୦୨୨ ଆରମ୍ଭ ହେବା ପୂର୍ବରୁ ସରକାର ଏନେଇ ନେଇଛନ୍ତି ଏକ ବଡ ନିଷ୍ପତ୍ତି । ଚଳିତ ବର୍ଷ ମଧ୍ୟ ଜିରୋ ନାଇଟ ସେଲିବ୍ରେସନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର । କୋଭିଡ ପରିସ୍ଥିତିକୁ ଲକ୍ଷ୍ୟ କରି ଜିରୋ ଲାଇଟ ସେଲିବ୍ରେସନକୁ ମିଳିଛି ରେଡ ସିଗନାଲ । ରେଷ୍ଟୁରାଣ୍ଟ , ହୋଟେଲ , କ୍ଲବ, ପାର୍କରେ ପାଳନ କରିପାରିବେ ନାହିଁ ଜିରୋ ନାଇଟ । ଏଥି ସହିତ ପିକନିକକୁ ମଧ୍ୟ ବାରଣ ନେଇ ସୂଚନା ମିଳିଛି । ପ୍ରେକ୍ଷାଳୟ , କଲ୍ୟାଣ ମଣ୍ଡପ ଆଦି ସର୍ବସାଧାରଣ ଜାଗାରେ ପାଳନ ମନା ହୋଇଛି । ଜିରୋ ନାଇଟ ସେଲିବ୍ରେସନରେ କୋରୋନା ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ଥିବାରୁ ଏହା ଉପରେ ରୋକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ଏବଂ ପ୍ରଶାସନ । ତେବେ ଯଦି ଅମାନିଆ ଏହି ନିୟମରେ ଖିଲାପ କରନ୍ତି କିମ୍ବା ସେଲିବ୍ରେସନ କରିଥାନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ନେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।