ସାର ଅଭାବକୁ ନେଇ ବର୍ଷିଲେ ଅତନୁ

ରାଜ୍ୟରେ ସାର ଅଭାବକୁ ନେଇ ବର୍ଷିଲେ ଅତନୁ । ଗୋଟେପଟେ ଏବେ ସାରା ରାଜ୍ୟରେ ସାର ସଂକଟ। ଚାଷୀଙ୍କୁ ସାର ମିଳୁନି। ଆଉ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ, ଚାଷ ହେବ କେମିତି ?  ଆବଶ୍ୟକ ମୁତାବକ ମୁତାବକ ସାର ମିଳୁନଥିବାରୁ, ଚାଷୀମାନେ ରାସ୍ତାକୁ ଓହ୍ଲାଇଲେଣି। ଯାହାକୁ ନେଇ ଏବେ ପ୍ରସଙ୍ଗ କରିଛି ବିଜେଡି ।  ଦଳର ଉପସଭାପତି ଅତନୁ ସବ୍ୟସାଚୀ କଡ଼ା ଭାଷାରେ କହିଛନ୍ତି, ସରକାର ଶୋଇ ପଡ଼ିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସାରର ଅଭାବ ସଂପର୍କରେ କେନ୍ଦ୍ରକୁ ଏକ ଚିଠି ଲେଖି ବାସ୍ତବ ସ୍ଥିତି ନେଇ ଅବଗତ କରିଛନ୍ତି। ସାର କଳା ବଜାରୀ ହେଉଛି । ଏଥିପାଇଁ ସରକାରୀ କଳ ଦାୟୀ। ଏହାକୁ ସଜାଡ଼ିବା ପରିବର୍ତ୍ତେ ସମବାୟ ମନ୍ତ୍ରୀ କହୁଛନ୍ତି, ପର୍ଯ୍ୟାପ୍ତ ସାର ଅଛି। କୃଷି ମନ୍ତ୍ରୀ ସାର ତଥ୍ୟ ଶୁଣାଇଲେ। ଯଦି କେହି ଅନାହାରରେ ପଡିଛନ୍ତି, ତାଙ୍କୁ ଏକାଦଶୀ ଉପବାସ କଥା କହୁଛନ୍ତି। ଚାଷୀଙ୍କ କଟା ଘାରେ ଚୂନ ମରାଯାଉଛି। ମାର୍କଫେଡ୍‌, ସରକାର ଓ କୃଷି ବିଭାଗର ସମନ୍ୱୟରେ ସାର ଦିଆଯାଏ। କେତେ ସାର ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ଅତନୁ। ବିଜେପି ରାଜ୍ୟ ସଭାପତି କହିଲେ ପର୍ଯ୍ୟାପ୍ତ ସାର ଅଛି। ଯଦି ପର୍ଯ୍ୟାପ୍ତ ସାର ଅଛି, ଚାଷୀଙ୍କୁ କାହିଁକି ମିଳୁନି। ସେମାନଙ୍କୁ କଣ ରାସ୍ତାକୁ ଓହ୍ଲାଇବାକୁ ଭଲ ଲାଗୁଛି।