ଗଞ୍ଜାମରେ ଗୋଷ୍ଠୀ କନ୍ଦଳ କିଛି ନାହିଁ ;ଏହା କେବଳ ଗଣମାଧ୍ୟମ ଆକଳନ କରୁଛି:ବିକ୍ରମ ପଣ୍ଡା,ବିଧାୟକ, ବିଜେଡି

ଗଞ୍ଜାମ:ଗଞ୍ଜାମରେ ଗୋଷ୍ଠୀ କନ୍ଦଳ କିଛି ନାହିଁ । ଏହା କେବଳ ଗଣମାଧ୍ୟମ ଆକଳନ କରୁଛି । ଶୃଙ୍ଖଳା ପାଇଁ ବିଜେଡି ପରିଚିତ । ନବୀନ ବାବୁ ଆମର ଗୋଟିଏ ନେତା । ସମସ୍ତେ ନବୀନ ବାବୁଙ୍କୁ ମାନିକି ଚଳନ୍ତି । ତେଣୁ ବିଜେଡିରେ ବିଶୃଙ୍ଖଳାରେ ପ୍ରଶ୍ନ ଉଠୁନାହିଁ ।2019 ସାଧାରଣ ନିର୍ବାଚନ ପରେ ସମସ୍ତ ଉପନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଛି । ଅଧିକାଂଶ ସ୍ଥାନରେ ବିଜେଡି ବିପୁଳ ଭୋଟରେ ବିଜେଡି ବିଜୟ ହୋଇଛି । ଭୋଟର ନବୀନ ବାବୁଙ୍କୁ ପସନ୍ଦ କରୁଛନ୍ତି । ନବୀନ ବାବୁଙ୍କ କାର୍ଯ୍ୟକଳାପ, ଗରିବ ଲୋକଙ୍କ ପାଇଁ ଜନହିତକର କାର୍ଯ୍ୟକ୍ରମ କରିଥିବାରୁ ତାଙ୍କ ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । 2024ରେ ବିଜେଡି ଓଡ଼ିଶାରେ ଭଲ କରିବ, ସେଥିରେ ସନ୍ଦେହ ନାହିଁ । ନବୀନଙ୍କ ଆଗରେ(ମୋଦି ଓ ସାହା) ଆଉ କାହାର କ୍ରେଜ କାମ ଦେଇନି । ଆଜି କେମିତି ଦେବ? ନବୀନ ବାବୁ ସବୁବେଳେ କାମରେ ବିଶ୍ୱାସ କରନ୍ତି । ଓଡ଼ିଶାର ଜନସାଧାରଣ ପାଇଁ ସେ କାମ କରିଛନ୍ତି । କାମ କରି ସେ ଲୋକଙ୍କ ନିଜର ହୋଇପାରିଛନ୍ତି । କେହି ବି ଆସିଲେ କିଛି ଫରକ ପଡିବ ନାହିଁ ।

ରେମୁଣା ବିଧାୟକଙ୍କ ଦୁର୍ନୀତି ପ୍ରସଙ୍ଗ :-

ଯେଉଁମାନେ ଅନ୍ୟାୟ କରିଛନ୍ତି, ନବୀନ ବାବୁ କେବେ ତାଙ୍କୁ ଛଡି ନାହାନ୍ତି । ସବୁବେଳେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଯେଉଁମାନେ ଅନ୍ୟାୟ କରିଛନ୍ତି ପ୍ରକୃତରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଯେଉଁମାନେ ଦୁର୍ନୀତି କରିଛନ୍ତି ନବୀନ ବାବୁ କେବେ ବି ପ୍ରସୟ ଦେଇନାହାନ୍ତି ।