ବର୍ଷାରେ ବୁଡିଲା UAE । ପ୍ରବଳ ବର୍ଷା ପରେ ୟୁଏଇରେ ଏବେ ବନ୍ୟାର ପରିସ୍ଥିତି । ହସ୍ତଗତ ସୂଚନା ଅନୁସାରେ ଆଜି ସକାଳୁ ସକାଳୁ ଦୁବାଇ ଏବଂ ଆବୁଧାବି ଭଳି ପ୍ରମୁଖ ଅଞ୍ଚଳ ସମେତ UAE ର କିଛି ଅଂଶରେ ପ୍ରବଳ ବର୍ଷା ହୋଇଛି ଆଉ ଏଠାରେ ବର୍ଷାର ପରିମାଣ ଏତେ ମାତ୍ରାରେ ଥିଲା ଯେ । ପ୍ରବଳ ବର୍ଷା ଯୋଗୁଁ ରାସ୍ତାଗୁଡ଼ିକ ଜଳମଗ୍ନ ହୋଇଯାଇଥିବା ଦେଖିବାକୁ ମିଳିଛି । ବର୍ଷା ଯୋଗୁ ରାସ୍ତାରେ ଆଣ୍ଠୁଏ ଉଚ୍ଚାର ପାଣି ଛିଡା ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଗାଡ଼ି ଚଳାଚଳ ଏକପ୍ରକାର ଠପ ହୋଇଛି । କେବଳ ଏତିକି ନୁହେଁ ବର୍ଷାରୁ ସୃଷ୍ଟି ହୋଇଥିବା ଏ ବନ୍ୟା ପାଣି ଲୋକଙ୍କୁ ଘର ଭିତରେ ପଶିଛି । ଯାହାକୁ ନଜରରେ ରଖି କିଛି ସ୍ଥାନରେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆ ଯାଇଛି । ଯାହା ଫଳରେ UAE ଭଳି ଦେଶରେ ଜଳ ପାଇଁ ଜନଜୀବନ ଏକଦମ ବନ୍ଦ ହୋଇଥିବା ପରିସ୍ଥିତି ଦେଖିବାକୁ ମିଳିଛି । ତେବେ ମଧ୍ୟପ୍ରାଚ୍ୟ ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ସମସ୍ତଙ୍କୁ ଚକିତ କରିଛି । କାରଣ ଯେଉଁଠାରେ କ୍ୱଚିତ୍ ବର୍ଷା ହୁଏ ଏବେ ଏତେ ପରିମାଣରେ ବର୍ଷା ସ୍ଥିତିକୁ ବେହାଲ କରିଛି । ଦେଶ ଯେତେବେଳେ ବଡ଼ ଦିନ ଛୁଟି ପାଇଁ ପ୍ରସ୍ତୁତ ହେଉଛି ସେହି ସମୟରେ ବନ୍ୟା ଚିନ୍ତା ସୃଷ୍ଟି କରିଛି । ତେବେ ଗୁରୁବାର ବିଳମ୍ବିତ ରାତିରେ ଦୁବାଇରେ ପ୍ରବଳ ବର୍ଷା ହୋଇଥିଲା, ତା’ପରେ ରାଜଧାନୀ ଆବୁଧାବିରେ ରାତିସାରା ଝଡ଼ ହୋଇଥିଲା। ଶୁକ୍ରବାର ସକାଳ ସୁଦ୍ଧା ଅନେକ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି । ବନ୍ୟା ପାଇଁ ଅନେକ ବିମାନ ବାତିଲ କରାଯାଇଛି । ରାସ୍ତାରେ ପାଣି ଜମିଥିବାରୁ ଜନଜୀବନ ଠପ୍ ହୋଇଛି ଓ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି ଲୋକେ ।