ରାଜ୍ୟରେ ଆଇଏଏସ ସ୍ତରରେ ହୋଇଛି ଅଦଳବଦଳ

0

ଭୁବନେଶ୍ୱର: ରାଜ୍ୟରେ ଆଇଏଏସ ସ୍ତରରେ ହୋଇଛି ଅଦଳବଦଳ । ଯାମିନୀ ଷଡଙ୍ଗୀଙ୍କୁ OAVS ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାଇତ୍ୱ ଦିଆଯାଇଥିବା ବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ମଧ୍ୟ ଦାଇତ୍ୱ ଦିଆଯାଇଛି । ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦାୟିତ୍ୱ ଦିଆଯାଇଛି । ସେହିଭଳି ଶ୍ରୀବେଦଭୂଷଣଙ୍କୁ ସମ୍ବଲପୁର ମହାନଗର ନିଗମ କମିଶନର ଭାବେ ନିଯୁକ୍ତି ଦିଆଯାଇଛି ଯେ କି ଧର୍ମଗଡର ଉପଜିଲ୍ଲା ପାଳ ଭାବେ କାର୍ଯ୍ୟରତ ଥିଲେ । ତେବେ ବୌଦ୍ଧର ଜିଲ୍ଲାପାଳ ଭାବେ ନୃସିଂହ ଚନ୍ଦ୍ର ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇଥିବା କୁହାଯାଉଛି ।