ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡ଼ି ପରେ ଜାରି ରହିଛି ଶବ ଚିହ୍ନା । ଶବ ଚିହ୍ନଟ ପାଇଁ ଏବେ ବି ସଂମ୍ପର୍କୀୟଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବିଭିନ୍ନ ରାଜ୍ୟରୁ ସେମାନଙ୍କ ସମ୍ପର୍କୀୟ ଆସି ମୃତ ଦେହ ଚିହ୍ନଟକ କରି ନେଉଛନ୍ତି । ପୁଣି କେତେକଙ୍କ ପରିବାର ଲୋକେ ପରିଚୟପତ୍ର ଦେଖାଇବା ପରେ ବି ମିଳିପାରୁନି ଶବ । କିଏ କାହାର ମାଆକୁ ପାଉନିତ କିଏ କାହା ଭାଇକୁ ନେଇକି ପଳେଇଲାଣି । ଏହାରି ଭିତରେ ଏବେସୁଦ୍ଧା ଭୁବନେଶ୍ୱର ଏମ୍ସରେ ଥିବା୧୯୩ ମୃତ ଦେହରୁ ୧୧୧ ଟି ମୃତ ହେହକୁ ଚିହ୍ନଟ ସରିଛି । କିନ୍ତୁ ପୁଣି ୮୨ ଟି ମୃତ ଦେହର ପରିଚୟ ମିଳିପାରି ନାହିଁ ବୋଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।
ସରକାର ମୃତ ଦେହକୁ ସମସ୍ତ ଖର୍ଚ୍ଚ ବହନ କରି ନିଜ ପରିବାରଙ୍କ ପାଖକୁ ପଠାଇବାର ବ୍ୟବସ୍ଥା କରିଛନ୍ତି । ଏମିତି କି ଯେଉଁମାନେ ବାହାରୁ ଆସିଛନ୍ତି ସେମାନଙ୍କ ରହିବା ଖାଇବା ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି ।। ଏବେସୁଦ୍ଧା ୫୦ ରୁ ଅଧିକ ଡିଏନଏ ସାମ୍ପଲ ଟେଷ୍ଟ ପାଇଁ ପଠା ହୋଇଛି, ରିପୋର୍ଟ ଆସିଲେ ସ୍ପଷ୍ଟ ହୋଇଯିବ । ଆଉ ୮୨ ମୃତଦେହ ରହିଛି । ମୃତ ଦେହ ଯାହାର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ସେପଟେ କଟକ ଏସସିବିରେ ଏବେ ୧୧୯ଗୁରୁତରଙ୍କ ଚିକିତ୍ସା ଚାଲିଛି । ୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୧ଜଣ ଆଇସିୟୁରେ ଅଛନ୍ତି । ମୋଟ୍ ୨୦୧ଆହତ ଏସସିବିରେ ଭର୍ତ୍ତି ହୋଇଥିଲେ ।