କଣ୍ଟାବାଞ୍ଜି : ବଲାଙ୍ଗିର ଗତ କାଲି ବିଳମ୍ବିତ ରାତିରେ ବଲାଙ୍ଗିର ଜିଲ୍ଲାର ସିନେ୍ଧକେଲା ଅଞ୍ଚଳରେ ଥିବା ପ୍ରସିଦ୍ଧ ରାଣୀପୁର ଝରିଆଲରେ ସୋମେଶ୍ୱର ମନ୍ଦିରରୁ ଚୋରି ହୋଇଛି । ମନ୍ଦିରରୁ ମୁଖ୍ୟ ଗେଟର ତାଲା ଭାଙ୍ଗି ମନ୍ଦିରର ଦାନବାକ୍ସ ଭାଙ୍ଗି ଟଙ୍କା ନେଇ ଯାଇଛନ୍ତି । ସେଠାରେ ଲାଗିଥିବା ଟିଭି ଓ ସିସି ଟିଭିର ହାର୍ଡଡିକ୍ସ ମଧ୍ୟ ନେଇଯାଇଛନ୍ତି ।
ମନ୍ଦିରର ପୂଜକ ପ୍ରଥମେ ଏହି ଘଟଣାକୁ ଦେଖିଥିଲେ । ପରେ ମନ୍ଦିର କମିଟି ଓ ଗ୍ରାମବାସୀ ମିଶି ପୋଲିସକୁ ସୂଚନା ଦେଇଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୁଚନାନୁଯାୟୀ ଏହି ମନ୍ଦିରଟି କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ଅଧିନରେ ଥିବା ବେଳେ ଏହି ମନ୍ଦିରକୁ ଚାରିଜଣ ସୁରକ୍ଷାକର୍ମୀ ଜଗିବା ପାଇଁ ନିୟୋଜିତ ହୋଇଛନ୍ତି । କିନ୍ତୁ ସେମାନେ ସବୁବେଳେ ଅନୁପସ୍ଥିତ ରହିବା ହେତୁ ମନ୍ଦିରରେ ବାରମ୍ବାର ଚୋରି ହେବାରେ ଲାଗିଛି । କେତେ ବେଳେ ମୂତ୍ତ ିର୍ତ ଆଉ କେତେ ବେଳେ ଠାକୁରଙ୍କ ଦାନ ବାକ୍ସ ଚୋରି ହେବାରେ ଲାଗିଛି ।