ଯୋଡ଼ା (ରମେଶ ଚନ୍ଦ୍ର ମହାପାତ୍ର) ;-ଚମ୍ପୁଆ କୋର୍ଟରୁ ଫେରୁଥିବା ବେଳେ ରାମଚନ୍ଦ୍ର ପୁର ଜଙ୍ଗଲ ନିକଟରେ ଯୁବକଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଜଣକୁ ଚମ୍ପୁଆ ଡ଼ାକ୍ତରଖାନା ରେ ଭର୍ତ୍ତି କରାଯାଇଛି ତେବେ ଦୈାଡି ପଳାଇବାକୁ ସକ୍ଷମ ହେବାରୁ ଅଳ୍ପକେ ବର୍ତ୍ତିଛନ୍ତି ଅନ୍ୟଜଣେ। ଯୋଡ଼ା ବଂଶପାଣି ଅଞ୍ଚଳ ର କିଶୋର ମହାନ୍ତି ଓ ପ୍ରକାଶ ମହାନ୍ତି ଚମ୍ପୁଆ କୋର୍ଟ ରୁ ଏକ ମକଦ୍ଦମା ମାମଲାରେ କାମ ସାରି ଯୋଡ଼ାକୁ ବାଇକ୍ ଯୋଗେ ଫେରିବା ବେଳେ ରାମଚନ୍ଦ୍ର ପୁର ଜଙ୍ଗଲ ନିକଟରେ ଛକି ବସିଥିବ ୭/୮ ଯୁବକ ମାରଣ ଅସ୍ତ୍ର ସାହାଯ୍ୟ ରେ ସେମାନଙ୍କୁ ଆକ୍ରମଣ କରିଥିଲେ । ତେବେ ପ୍ରକାଶ ମହାନ୍ତି ଦୈାଡି ପଳାଇବାକୁ ସକ୍ଷମ ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କିଶୋର ଦୈାଡି ପଳାଇବାକୁ ଚେଷ୍ଟା କରି ପଡ଼ି ଯାଇଥିଲେ। ଆକ୍ରମଣକାରୀ ମାନେ ତାଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ। ଫଳରେ କିଶୋର ଗୁରୁତର ଆହାତ ହୋଇଛନ୍ତି। ତାଙ୍କୁ ଆକ୍ରମଣ ବେଳେ ନିକଟସ୍ଥ ପଡ଼ିଆରେ ଫୁଟବଲ ଖେଳୁଥିବା କିଛି ଯୁବକ ପାଟି ଶୁଣି ଆକ୍ରମଣ ସ୍ଥାନକୁ ଦୈାଡି ଆସିବାରୂ ଆକ୍ରମଣ କାରିମାନେ ଗୁରୁତର ଅବସ୍ଥାରେ କିଶୋର କୁ ଛାଡି ଫେରାର ହୋଇଯାଇଥିବା ଜଣାପଡିଛି । ରକ୍ତସ୍ରାବ ଯୋଗୁଁ ଗୁରୁତର ଅବସ୍ଥାରେ କିଶୋର ଉଦ୍ଧାର କରାଯାଇ ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଖବର ପାଇ ଚମ୍ପୁଆ ପୋଲିସ ଡାକ୍ତର ଖାନା ରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।