ଟାଙ୍ଗୀ / ବେଦପ୍ରକାଶ ନାୟକ : ରାସ୍ତା ରୋକ କରି ଗଣ ଧାରଣାରେ ବସିଛନ୍ତି ସମାଜସେବୀ ଆଉ ସାଙ୍ଗରେ ରହିଛି ମଲା ମାଛ ।ଯେ ପର୍ୟ୍ୟନ୍ତ ନ୍ୟାୟ ନମିଳିବ ସେ ପର୍ୟ୍ୟନ୍ତ ରାସ୍ତାରୁ ଉଠିବି ନାହିଁ ବୋଲି ନାରା ଦେଉଛନ୍ତି । ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ବାଙ୍କୀ ଖୋର୍ଦ୍ଧା ମୁଖ୍ୟ ରାସ୍ତାର ଆଜି ଏହି ବାଙ୍କୀ ଖୋର୍ଦ୍ଧା ମୁଖ୍ୟ ରାସ୍ତା ରେ ନିଜ ପୋଖରୀର ମଲା ମାଛ ଧରି ଅନଶନରେ ବସି ନ୍ୟାୟ ପାଇଁ ଦାବି କରୁଛନ୍ତି ବାଙ୍କୀ ଢଂସର ଗ୍ରାମର ଯୁବ ସମାଜ ସେବି ଅଜୟ କୁମାର ପଣ୍ଡା ।
ଶ୍ରୀ ପଣ୍ଡା ନିଜର ପାରିବାରିକ ପୋଖରୀରେ ମାଛ ଚାଷ ଉଦେଶ୍ୟରେ ମାଛ ଯାଆଁଳା ଛାଡି ଥିଲେ ଏବଂ ତାର ସୁଚାରୁ ରୂପେ ରକ୍ଷଣ ବେକ୍ଷଣ ମଧ୍ୟ କରୁଥିଲେ । କିନ୍ତୁ ଗତ ରାତିରେ କେହି ଦୁବୃତ୍ତ ତାଙ୍କ ଏହି ପୋଖରୀରେ ବିଷ ପକାଇ ଦେଇଥିବାରୁ ପୋଖରୀ ର ସମସ୍ତ ମାଛ ପ୍ରାୟ ମରି ଭାସୁଥିବାର ଆଜି ସକାଳୁ ଦେଖିବାଜୁ ମିଳିଥିଲା ଏବଂ ଅପର ପଟେ ଏହି ଘଟଣାର କାରଣ ହେଉଛି ତାଙ୍କ ପ୍ରତି ଥିବା ଏକ ରାଜନୈତିକ ଆକ୍ରୋଶ ବୋଲି ସେ ସିଧାସଳଖ ଆରୋପ ଆଣିଥିବା ଦେଖିବାକୁ ମିଳିଛି । ଏବଂ ଆଜି ସକାଳ ସମୟରେ ଏହି ଭଳି କିଛି ଆରୋପ ବା ଅଭିଯୋଗ ଆଣିବା ସହ ତାଙ୍କ ପୋଖରୀର ମଲା ମାଛ ଗୁଡିକୁ ସାଙ୍ଗରେ ଧରି ସେ ରାସ୍ତା ଉପରେ ଧାରଣାରେ ବସିଥିବାର ଦେଖୁବାକୁ ମିଳିଛି । ଘଟଣା ସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ଏହି ରାସ୍ତା ରୋକର ସମାଧାନ କରିବା ସହ ଏହି ଘଟଣାରେ ସନ୍ଧାନୀ କୁକୁରର ସହାୟତାରେ ତଦନ୍ତ କରାଯିବ ଏବଂ ଉକ୍ତ ପୋଖରୀର ଜଳକୁ ପରୀକ୍ଷା କରାଯିବ ବୋଲି ପ୍ରକାଶ କରିଥିବା ସୂଚନା ମିଳିଛି।