ବାପାଙ୍କ ଆକଟ ହେଲା କାଳ, ବିଷ ପିଇ ଯୁବକ ମୃତ

ବାପାଙ୍କ ଆକଟ ହେଲା କାଳ ।ବାପା ଆକଟ କରିବାରୁ ବିଷ ପିଇ ଯୁବକ ମୃତ । ମୁତ   ଯୁବକ ହେଲେ ନାଚୁଣୀ ଥାନା ଲୋକିପୁର ଗ୍ରାମର ପ୍ରଶାନ୍ତ ବେହେରା 28 ବର୍ଷ ।ପ୍ରଶାନ୍ତ ଏଜ ଘରୋଇ କମ୍ପାନୀରେ କଟକରେ କାର୍ଯ୍ୟ କରୁଥିଲେ ।ଗତ କାଲି ଗହ୍ମା ପୁନେଇ ଥିବାରୁ ଗାଁ କୁ ଆସିଥିଲେ । ଗାଁରେ ସାଙ୍ଗ ମାନଙ୍କ ସହ ଭୋଜି ଭାତ  କରିବା ପାଇଁ ଘରୁ ବାହାରି ଆସିଥିଲେ ।ହେଲେ କୋଣସି କାରଣ ଯୋଗୁଁ ଗାଁରେ   ଭୋଜି ଭାତ ହୋଇ ପାରିନଥିଲା ,ତେଣୁ ବିଳମ୍ବରେ ଘରକୁ ଫେରିଥିଲେ ପ୍ରଶାନ୍ତ । ଏହି ଘଟଣାକୁ ନେଇ ବାପା ପ୍ରସାନ୍ତକୁ ଆକଟ କରିଥିଲେ ।ଏଥିରେ ପ୍ରଶାନ୍ତ ମର୍ମାହତ ହୋଇ ଘରେ ବାହାରେ ବିଶ ପିଇ ଦେଇଥିଲା ।ସ୍ଥାନୀୟ ଲୋକେ ଏହା ଜାଣିପାରି ପ୍ରସାନ୍ତକୁ ନାଚୁଣୀ ଓ ପରେ ଟାଙ୍ଗି ଆଣିଥିଲେ ।ଟାଙ୍ଗିରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ନାଚୁଣୀ ପୋଲିସ ଶବ ଜବତ କରି ତଦନ୍ତ କରଉଛି।