ଆଜିଠାରୁ ଆରମ୍ଭ ମା’ ତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ

କେନ୍ଦୁଝର: ଆଜିଠାରୁ ମା’ ତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ  ଆରମ୍ଭ । କେନ୍ଦୁଝର ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ଏହା ୮୮ତମ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ  ପାଳନ କରାଯାଉଛି । ଏଥି ପାଇଁ ମନ୍ଦିରରେ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଏହି ପବିତ୍ର ଦିନଟିରେ ମାଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ ବୋଲି ବିଶ୍ୱାସ ଅଛି । ତେଣୁ ଆଜି ମା’ଙ୍କ ଦର୍ଶନ ଲାଗି ଦୂର ଦୂରାନ୍ତରୁ ଘଟଗାଁ ମା’ ତାରିଣୀଙ୍କ ପୀଠକୁ ଭକ୍ତଙ୍କର ସୁଅ ଛୁଟୁଛି। ଏଥିଯୋଗୁ ମା’ଙ୍କ ପୀଠ ଲୋକାରଣ୍ୟ ହୋଇ ଯାଇଛି। ମା’ ତାରିଣୀଙ୍କ ଘଟଗାଁ ପୀଠରେ ୧୯୩୭ ମସିହା ଆଜିର ଦିନରେ ପରିଚାଳନା କମିଟି ତରଫରୁ ଆରମ୍ଭ ହୋଇଥିଲା ଚଇତି ପର୍ବ । ବାର୍ଷିକ ଉତ୍ସବରେ ମାଙ୍କ ସୁନା ବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହା ଆଜି ଠାରୁ ଆରମ୍ଭ ହୋଇ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥାଏ । ତେଣୁ ବହୁ ସଂଖ୍ୟାରେ ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।