ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ଭାରତର ମହିଳା ଦଳ ହକି ଦଳ ଇତିହାସ ସୃଷ୍ଟି କରିଛି। ୩ଥର ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କରି ମହିଳା ହକିରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ଖେଳ ଆରମ୍ଭର ପ୍ରଥମ ୧୫ ମିନିଟ୍ ପର୍ୟ୍ୟନ୍ତ ଭାରତୀୟ ଦଳ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବଜାୟ ରଖିବାରେ ସମର୍ଥ ହୋଇଥିଲା। ଖେଳ ଆରମ୍ଭର ମାତ୍ର ୪ ମିନିଟ୍ ପରେ ଅଧିନାୟିକା ରାଣୀ ରାମପାଲ୍ ବନ୍ଦନା କାଟାରିଆଙ୍କ ଠାରୁ କ୍ରସ୍ ପାଇ ଗୋଲ୍ ପୋଷ୍ଟ୍କୁ ସଟ୍ ମାରିଥିଲେ।
ଆଜିର ମ୍ୟାଚ୍ର ପ୍ରକୃତ ନାୟିକା ଥିଲେ ଗୋଲକିପର ସବିତା ପୁନିଆ। ସେ ୯ଟି ପେନାଲ୍ କର୍ନର ରୋକିବାରେ ସମର୍ଥ ହୋଇଥିଲେ। ଭାରତ ପାଇଁ ଏକମାତ୍ର ତଥା ନିର୍ଣ୍ଣାୟକ ଗୋଲ୍ ଖେଳର ୨୨ମିନିଟ୍ରେ ଗୁରଜିତ୍ କୌର ଦେଇଥିଲେ। ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି। ୧୯୮୦ରେ ଭାରତୀୟ ମହିଳା ହକି ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଅନ୍ତିମ ୪ରେ ରହିଥିଲା।