ସେପ୍ଟେମ୍ବର ୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର : ସେପ୍ଟେମ୍ବର ୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୧ ତାରିଖରୁ ୩୧ ତାରଖ ପର୍ଯ୍ୟନ୍ତ ଚାଲିବ ଶୀତକାଳୀନ ଅଧିବେଶନ  । ଚଳିତ ଅଧିବେସନରେ ମୋଟ ୩୧ଟି ଦିବସ ଥିବାବେଳେ ସେଥି ମଧ୍ୟରୁ ୫ଟି ଛୁଟି ଦିବସ ରହିଛି  । ସେହିପରି ମୋଟ ୨୬ଟି କାର୍ଯ୍ୟଦିବସ ରହିଛି  । ଛୁଟି ଦିବସ ଗୁଡ଼ିକ ହେଲା ଯେ, ଡିସେମ୍ବର ୫, ୧୨, ୧୯ ଓ ୨୬ (୪ଟି ରବିବାର)। ଏଥି ସହିତ ଡିସେମ୍ବର ୨୫ରେ ବଡ଼ଦିନ ଅବସରରେ ବିଧାନସଭାର ଅଧିବେଶନ ଛୁଟି ରହିବ। ତେବେ କରୋନା କାଳରେ କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ଶୀତ ଅଧିବେଶନ ପରିଚାଳିତ ହେବ। ଏଥିପାଇଁ ବିଧାୟକ ମାନଙ୍କର ପୂର୍ବଭଳି କୋଭିଡ୍ ଟେଷ୍ଟ ମଧ୍ୟ କରାଯିବ । ପୂର୍ବରୁ ବିଧାନସଭା ଅଧିବେଶନ ଯେଉଁଭଳି ଭାବେ ହେଉଥିଲା, ଆଗାମୀ ଶୀତକାଳୀନ ଅଧିବେଶନ ମଧ୍ୟ ସେହିପରି ହୋଇପାରେ । ଅନ୍ୟପଟେ ଏଥର ଶୀତ ଅଧିବେଶନରେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରିପାରନ୍ତି ।