ବିଶ୍ୱ ନିୟନ୍ତାଙ୍କ ବିବାହ ଉତ୍ସବ

ପୁରୀ-: ଆଜି ପବିତ୍ର ରୁକ୍ମିଣୀ ହରଣ ଏକାଦଶୀ । ଏଥିଲାଗି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଚଳଚଞ୍ଚଳ ପୁରୀ । ସଜେଇ ହୋଇଛି ଶ୍ରୀମନ୍ଦିର । ସକାଳ ଧୂପ ପରେ ବିଭିନ୍ନ ନୀତାକାନ୍ତି କରାଯାଉଛି । ଏହାପରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହେବ । ମାଆ ଲକ୍ଷ୍ମୀ ଠାକୁରାଣୀ ସାଜିବେ ରୁକ୍ମିଣୀ । ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ । ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ ବିବାହ ନୀତି ସମ୍ପନ୍ନ ହେବ । ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମିଣୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ । ଏଥି ସହିତ ଭିତର ଚନ୍ଦନ ଯାତ୍ରା ଅବସରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ବିଧି ମଧ୍ୟ ଅନୁଷ୍ଠିତ ହେବ । ତେବେ ସନ୍ଧ୍ୟାଧୂପ ପରେ ମହାପ୍ରଭୁ ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାରୁ ଦିନ ଗୋଟାଏରୁ ସନ୍ଧ୍ୟା ୬ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।