ଭୁଶୁଡିଲା ପାଣି ଟାଙ୍କି, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ତିନି ଶିଶୁ

 (ବନବାସୀ ପ୍ରଧାନ / କନ୍ଧମାଳ):ନୂଆଗାଁ ବ୍ଳକ ଅନ୍ତର୍ଗତ ପୁରୁଣା ମହାସିଂଙ୍ଗ ଠାରେ ଏକ ପାଣିଟାଙ୍କ ତିନିମାସ ତଳେ ନିର୍ମାଣ କରାଯାଇଥିଲା ।ଆଜି ପାଣିଟାଙ୍କିରେ ପାଣି ଭର୍ତ୍ତି କରାଯାଇଥିବା ବେଳେ ଟାଙ୍କିଟି ଭୁସୁଡି ଚୁରମାର ହୋଇଯାଇଥିଲା ।ସେଠାରେ ଖେଳୁଥିବା ତିନିଜଣ ଶିଶୁ ଆହତ ହୋଇଥିବା ଜଣାପଡିଛି । ଶିଶୁ ତିନିଜଣ ମୃତ୍ୟୁମୁଖରୁ ଅଳ୍ପକେ ବଞ୍ଚିଯାଇଥିବା ଜଣାପଡିଛି ।ତିନିମାସ ତଳେ ନିର୍ମାଣ କରାଯାଇଥିବା ପାଣିଟାଙ୍କିଟି ନିମ୍ନମାନର କାଯ୍ୟ ହୋଇଥିବା ଲୋକମାନେ ଠିକାଦାରକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଠିକାଦାର ଲୋକମାନଙ୍କ କଥାକୁ କଣ୍ଣପାତ କରିନଥିଲେ ଯାହା ଫଳରେକି ପ୍ରଥମ ଦିନରେ ପାଣିଟାଙ୍କିଟି ଭୁସୁଡି ଚୁରମାର ହୋଇଯାଇଛି ।ଏହି ଟାଙ୍କି ଭୁଶୁଡିବା ପାଇଁ ବିଭାଗିୟ ଅଧିକାରୀ ମାନଙ୍କୁ ଲୋକମାନେ ଦାୟି କରିଥିବା ବେଳେ ଏହାର ତଦନ୍ତ କରାଯାଇ ଉକ୍ତ ଠିକାଦାର,ଜେଇ,ବିଭାଗିୟ ଅଧିକାରୀ ମାନଙ୍କ ଉପରେ ଦୃଢ କାଯ୍ୟାନୁଷ୍ଠାନ ପାଇଁ ପ୍ରସାଶନ ପାଖରେ ସ୍ଥାନୀୟ ଗ୍ରାମବାସୀ ଦାବୀ କରିଛନ୍ତି ।