ଗୋଚର ଭୂମିରେ ଶୌଚାଳୟ ନିର୍ମାଣକୁ କେନ୍ଦ୍ର କରି ପ୍ରଶାସନ ନିକଟରେ ଫେରାଦ ହେଲେ ଗ୍ରାମବାସୀ

(ଅଜିତ ସାହୁ / ଜଳେଶ୍ୱର): ସରକାରୀ ଯୋଜନା ହେଉଛି ବାଟବଣା , ନୀତିନିୟମକୁ ଫୁ କରି ଗୋଚର ଭୂମିରେ ନିର୍ମାଣ ହେଉଛି ଶୌଚାଳୟ । ଏନେଇ ବାଲିଆପାଳ ବିଡ଼ିଓ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଦେଉଲା ପଞ୍ଚାୟତ ବାସୁଦେବପୁର ଗ୍ରାମରେ ।
ସୂଚନା ଅନୁଯାୟୀ, ସର୍ବସାଧରଣଙ୍କ ଉଦେଶ୍ୟରେ ବାଲିଆପାଳ ପଞ୍ଚାୟତ ସମିତି ପକ୍ଷରୁ ବାସୁଦେବପୁର ଗ୍ରାମରେ ଶୌଚାଳୟ ନିର୍ମାଣ ହେଉଛି । ତେବେ ଗ୍ରାମରେ ଅନାବାଦୀ ସ୍ଥାନ ଥାଇବି ସେଠାରେ ନିର୍ମାଣ ନକରି , ମହାଦେବ ମନ୍ଦିର ନିକଟରେ ଥିବା ଗୋଚର ଜମି ଉପରେ ଶୌଚାଳୟ ନିର୍ମାଣ ହେଉଛି ବୋଲି
ବାଲିଆପାଳ ବିଡ଼ିଓ ଓ ତହସିଲଦାରଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ବାସୁଦେବପୁର ଗ୍ରାମବାସୀ । ତେବେ ଅଭିଯୋଗ ପାଇ ବାଲିଆପାଳ ତହସିଲଦାରଙ୍କ ନିର୍ଦେଶ କ୍ରମେ ବାଲିଆପାଳ ରାଜସ୍ୱ ନିରକ୍ଷକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କାମ ବନ୍ଦ କରିଥିଲେ । କିନ୍ତୁ ରାଜସ୍ୱ ନିରକ୍ଷକ ଅଧିକାରୀ କଥାକୁ ଫୁ କରି ଉଡାଇ ଦେଇଥିଲେ ଦେଉଳା ସରପଞ୍ଚ ପ୍ରଫୁଲ୍ଲ ଧଳ । କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ କାମ କରିବାକୁ କହିଥିଲେ ଦେଉଳା ସରପଞ୍ଚ ।