(କଳ୍ପତରୁ ଜେନା / ଭୁବନ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସଢଙ୍ଗି ଗାଁରେ ହଜାର ହଜାର ଗେଣ୍ଡାଳିଆଙ୍କ ଆସର। ୨୦ ରୁ ଉର୍ଦ୍ଧ ଗଛରେ ବାନ୍ଧିଛନ୍ତି ବସା। ଗ୍ରାମବାସୀ ଓ ବନବିଭାଗ ତରଫରୁ ଦିଆଯାଉଛି ସୂରକ୍ଷା। ଲୋକଙ୍କ ଅନ୍ୟତମ ଆକର୍ଷଣ ସାଜିଛି ଏହି ପକ୍ଷୀ । ମନଖୋଲି ଆକାଶରେ ବିତରଣ କରୁଛନ୍ତି ଗେଣ୍ଡାଳିଆ । ଆକାଶରେ ଉଡୁଥିବା ଏହି ପକ୍ଷୀମାନେ ପର୍ୟ୍ୟଟକଙ୍କୁ ଆକର୍ଷିତ କରୁଛନ୍ତି ।କାହିଁ କେତେ ବର୍ଷରୁ ବର୍ଷାଋତୁ ପ୍ରାରମ୍ଭରୁ ଗେଣ୍ଡାଳିଆମାନେ ଏହି ଗାଁକୁ ଚାଲିଆସନ୍ତି । ବିଭିନ୍ନ ଗଛଗୁଡିକରେ ବସା ବାନ୍ଧିଥାନ୍ତି । ଛୁଆ ଜନ୍ମଦେଇ ଡିସେମ୍ବର ଜାନୁଆରୀ ମାସ ବେଳକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ୨୦ ରୁ ଉର୍ଦ୍ଧ ଗଛରେ ହଜାର ହଜାର ଗେଣ୍ଡାଳିଆ ବସା ବାନ୍ଧିଛନ୍ତି ।ଗେଣ୍ଡାଳିଆଙ୍କୁ ଚାଷିର ବନ୍ଧୁ କୁହାଯାଏ । ଏମାନଙ୍କ ଆଗମନରେ ମୌସୁମି ଆସେ ବୋଲି ବିଶ୍ବାସ ରହିଛି। ଏମାନଙ୍କୁ ଦେଖି ଚାଷକାର୍ୟ୍ୟ ଆରମ୍ଭ ହୁଏ। ପ୍ରାୟତଃ ଜୁନ ମାସରେ ଏମାନେ ଗାଁକୁ ଆସି ଏଠାରେ ବସା ବାନ୍ଧି ଅଣ୍ଡାଦେଈ ଛୁଆ ଫୁଟିବା ପରେ ଶୀତ ସମୟରେ ଫେରିଯାଆନ୍ତି। ବର୍ଷ ବର୍ଷ ଧରି ଏମାନଙ୍କ ସହ ଗ୍ରାମବାସୀଙ୍କ ଏକ ସମ୍ପର୍କ ସୃଷ୍ଟି ହୋଇଛି।
ସଢଙ୍ଗି ଗାଁରେ ଗେଣ୍ଡାଳିଆଙ୍କ ସହ ଗ୍ରାମବାସୀଙ୍କ ସମ୍ପର୍କ ଓ ପକ୍ଷୀପ୍ରେମର ଏକ ନିଆରା ଉଦାହରଣ।