ହିଞ୍ଜିଳି(ରଜନୀକାନ୍ତ ପାତ୍ର): ସରକାରୀ କାର୍ୟ୍ୟରେ ଅବହେଳା ସାଙ୍ଗକୁ ଦାୟିତ୍ୱହୀନତା ହେଉଥିବା ନେଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଛତ୍ରପୁରର ବିଡିଓଙ୍କୁ ଏହି ନୋଟିସ୍ ପଠାଇବା ସହିତ ଜିଲ୍ଲା ସଦର ମହକୁମା ବ୍ଲକ୍ରେ ଉନ୍ନୟନମୂଳକ କାର୍ୟ୍ୟର ସ୍ଥାଣୁତାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ତେବେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନୋଟିସର ଉତ୍ତର ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମହାମାରୀ ସମୟରେ ଛତ୍ରପୁର ବ୍ଲକ୍ରେ ଗ୍ରାମାଞ୍ଚଳ ଲୋକଙ୍କୁ ମନରେଗା ଯୋଜନାରେ ଧାର୍ୟ୍ୟ ୧୦ ହଜାର ବଦଳରେ ୪ ହଜାର ୭୩୧ ଜଣକୁ କାର୍ୟ୍ୟ ଯୋଗାଇ ଦିଆଯାଇଥିଲା । ଯାହାକୁ ଜିଲ୍ଲାପାଳ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିବା ସହ ହିତାଧିକାରୀଙ୍କୁ ଅବହେଳା କରାଯାଇଛି ବୋଲି ନୋଟିସରେ ଉଲ୍ଲେଖ କରିଛନ୍ତି । ଏଥିସହ ଗ୍ରାମବାସୀଙ୍କ ପ୍ରତି ହୋଇତିବା ଏହି ଅବହେଳାର କାରଣ ଦର୍ଶାଇବା ପାଇଁ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।