ମାନସିକ ବିକୃତ ଯୁବକଙ୍କୁ ଧକ୍କା ଦେଲା ଟ୍ରକ

କେନ୍ଦୁଝର/( ବିଜୟ କୁମାର କରୁୁଆଁ ): ମାନସିକ ବିକୃତ ଯୁବକଙ୍କୁ ଧକ୍କା ଦେଲା ଟ୍ରକ । ଫଳରେ ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତ ମାନସିକ ଯୁବକ ଜଣଙ୍କ ହେଉଛନ୍ତି, କେନ୍ଦୁଝର ଜିଲ୍ଲା ଚୁଟିଆପଶି ଗ୍ରାମର କପିଳା ଦାସଙ୍କ ପୁଅ ସମ୍ବିର ଦାସ । ତେବେ କିଛି ଦିନ ହେବ ସମ୍ବିର ପାଟଣାରେ ବୁଲା ବୁଲି କରୁଥିଲେ ।

ହେଲେ ଆଜି ମାନସିକ ବିକୃତ ସମ୍ବିର ଦାସ ୨୨୦ ନଂ ଜାତୀୟ ରାଜପଥ ବାଇପାସ ପାରି ହେଉଥିବା ବେଳେ ଢେଙ୍କିକୋଟ ପଟୁ କରଞ୍ଜିଆ ଅଭିମୁଖେ ଆସୁଥିବା ୧୪ ଚକିଆ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ, ଏବଂ ଅଗ୍ନିଶନବାହିନୀ ପହଞ୍ଚି ଟ୍ରକକୁ ଜବତ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି ।