ଗଞ୍ଜେଇ ଗଛ କାଟିବାକୁ ଯାଇଥିବା ପୋଲିସଙ୍କୁ ଘେରିଲେ ଆଦିବାସୀ

ମାଲକାନଗିରି / ସୂର୍ଯ୍ୟକାନ୍ତ ବେହେରା : ଗଞ୍ଜେଇ ଗଛ କାଟିବାକୁ ଯାଇ ହଟହଟା ହେଲା ପୋଲିସ । ମାଲକାନଗିରି ଜିଲ୍ଲା ରେ ବର୍ତ୍ତମାନ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ କରାଯାଇଛି ।ତେବେ କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଂଚାୟତ ର ବାୟାପଡା ଘାଟି ରେ ଗଞ୍ଜେଇ ଗଛ କାଟିବା ପାଇଁ ବାହାରିଥିଲେ ଓର୍କେଲ ଥାନା ପୋଲିସ ଓ ୟଙ୍ଖଲ ଯବାନ । ଏହି ସମୟରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ମରଣାନ୍ତର ଆକ୍ରମଣ କରିଥିଲେ ଆଦିବାସୀ ମାନେ । ପରେ ପୋଲିସ ମାନେ ନିଜ ଜୀବନ ରକ୍ଷାକରିବାକୁ ସେଠାରୁ ଫେରି ଅସିଥିଲେ । ତେବେ ଆଦିବସୀଙ୍କ ସହିବା କଥା ହେଉଛି ଆମକୁ ଉପଯୁକ୍ତ ଚାଷ ଜମି ଯୋଗାଇ ଦେଲେ ଆମେ ଆମ ଅନ୍ୟ ଚାଷ କରିବୁ ।