କାରକୁ ପିଟି ଘର ଭାଙ୍ଗି ପସିଲା ଟ୍ରଲର

ଅନୁଗୋଳ ରୁ ସୁଧାକର ସାହୁ: ବଅଁରପାଳ ବ୍ଲକ ନାଲକୋ ଥାନା ୫୫ନଂ ଜାତୀୟ ରାଜପଥ ର କୁଲାଡ଼ ଠାରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସରପଞ୍ଜ। ଅନୁଗୋଳ ରୁ ବଅଁରପାଳ ଅଭିମୁଖେ ଆସୁଥିବା ଟ୍ରଲର ଟି କୁଲାଡ଼ ର ପୂର୍ବତନ ସରପଞ୍ଚ ଙ୍କ ବ୍ରିଜା କାରକୁ ପଛ ପଟରୁ ଧକ୍କା ଦେଇଥିଲା । ଫଳରେ ପୂର୍ବତନ ସରପଞ୍ଚ ଶେଷଦେବ ଦେହୁରୀ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଆହତ ହୋଇଛନ୍ତି ତାଙ୍କ ମୁଣ୍ଡ ରେ ଶକ୍ତ ଆଘାତ ଲାଗିବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଟି ଏତେ ଭୟଙ୍କର ଥିଲା ବ୍ରିଜା ଗାଡି ର ପଛ ପାଖ ସମ୍ପୂର୍ଣ ଭାବରେ କ୍ଷତି ହୋଇଛି , ଟ୍ରଲର ଟି ବ୍ରିଜା ଗାଡିକୁ ଧକ୍କା ଦେବା ଫଳରେ ଭାରସ୍ୟାମ ହରାଇ କୁଲାଡ଼ ଗ୍ରାମର କିଶୋର କୁମାର ବିଶୋଇ ଙ୍କ ଘରେ ପସିଯିବା ସହ ଏକ ବିଦ୍ୟୁତ ଖୁଣ୍ଟ କୁ ଭାଙ୍ଗି ଦେଇଛି,ଏଥି ସହିତ ନିର୍ମାଣଧୀନ ଡ୍ରେନ କୁ ମଧ୍ୟ ଭାଙ୍ଗି ଦେଇଛି । ପ୍ରକାଶ ଥାଉକି ଟ୍ରଲର ଟି ଦ୍ରୁତ ଗତିରେ ଆସୁଥିଲା ଓ ଚାଳକ ଜଣକ ବେପାରୁଆ ଗାଡି ଚଳାଉଥିଲେ । ବହୁ ଟ୍ରକ , କାର ଆଦି ଗାଡି କୁ ଓଭର ଟେକ୍ କରି ଆସିଥିଲା । ତେବେ ଖବର ପାଇ ତୁରନ୍ତ ନାଲକୋ ଥାନା ଅଧିକାରୀ ପହଁଚି ଟ୍ରଲର ଟିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି ।