ଟ୍ରେନରେ ହରିୟାଣା ଯିବ ଅକ୍ସିଜେନ

ରାଉରକେଲା(ରିପୋଟର୍ସ ଟୁଡେ): କୋରୋନାରେ ଆକ୍ରାନ୍ତ ହେଉଥିବା ରୋଗୀମାନଙ୍କ ପାଇଁ ଅକ୍ସିଜେନର ଅଭାବ ଏକ ବଡ ସମସ୍ୟା ପାଲଟିଛି । ଏଥିପାଇଁ ସମଗ୍ର ଦେଶରେ ହାହାକାର ପଡିଥିବା ବେଳେ ଦେଶବିଦେଶରୁ ପରିସ୍ଥିତି ସହ ଲଢିବା ପାଇଁ ସହାୟତା ମିଳିଛି । ଆଜି ପୁଣି ୪ଟି ଟ୍ୟାଙ୍କରରେ ଅକ୍ସିଜେନ ଇସ୍ପାତ ସହର ରାଉରକେଲାରୁ ହରିୟାଣା ପଠାଯାଉଛି । ରାଷ୍ଟ୍ରାୟତ ସଂସ୍ଥା ଷ୍ଟିଲ ଅଥରିଟି ଅପ ଇଣ୍ଡିଆ ଲିମିଟେଡ ରାଉରକେଲା ଇସ୍ପାତ କାରଖାନା(RSP) ପକ୍ଷରୁ ପଠାଯାଉଛି । ତେବେ ଏହି ଲିକୁଇଡ ଅକ୍ସିଜେନ ଟ୍ୟାଙ୍କର ରାଉରକେଲାରୁ ମାଲବାହୀ ଟ୍ରେନ ଯୋଗେ ହରିୟାଣାକୁ ପଠାଯିବ । ଏଥିପାଇଁ ନିକଟସ୍ଥ ମାଲଗୋଦାମ ରେଲୱେ ୟାର୍ଡଠାରେ ଏହି ଗ୍ୟାସ ଟ୍ୟାଙ୍କରଗୁଡିକୁ ଟ୍ରେନରେ ଲୋଡ କରାଯାଇଛି । ପ୍ରଥମ ଥର ପାଇଁ ଟ୍ରେନ ଯୋଗେ ଅକ୍ସିଜେନ ରାଉରକେଲାରୁ ସିଧାସଳଖ ହରିୟାଣାରେ ପହଞ୍ଚିବ । ଏହି ଅକ୍ସିଜେନ କୈାଣସି ସ୍ଥାନରେ ନ ରହି ଏକ୍ସପ୍ରେସ ଫରିଦାବାଦରେ ରେ ସିଧା ହରିୟାଣାରେ ପହଞ୍ଚିବ ବୋଲି ସୂଚନା ଦେଇଛି ରେଳବାଇ । ଲିଣ୍ଡୋ ଇଣ୍ଡିଆରୁ ୪ଟି ଟ୍ୟାଙ୍କରରେ ଭର୍ତ୍ତି ମୋଟ ୫୨.୫ ମେଟ୍ରିକ ଟନ ଅକ୍ସିଜେନକୁ କଡ଼ା ସୁରକ୍ଷା ସହିତ ଷ୍ଟେସନକୁ ଅଣାଯିବ ।