ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର; ଚାଲିଗଲା ୨ଜୀବନ

ବ୍ରହ୍ମପୁର:  ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର  । ୨ ଜଣଙ୍କର ଜୀବନ ଚାଲି ଯାଇଥିବା ବେଳେ ଏକାଧିକ  ଆହତ ହୋଇଛନ୍ତି । ଏଭଳି ଦୁର୍ଘଟଣା  ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତାଳଗୁରାଣ୍ଡି ରାସ୍ତା ନିକଟରେ ଘଟିଥିବା କୁହାଯାଉଛି ।  ତେବେ ଆହତ ମାନଙ୍କୁ ଆନ୍ଧ୍ରପ୍ରଦେଶର ପଲାସା ଓ ମଞ୍ଜୁଷା ଡାକ୍ତର ଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ମୃତ ହାତ ମାନେ ଏକ ରାଜନୈତିକ କାର୍ଯ୍ୟକ୍ରମକୁ ଯିବା ବେଳେ ଦୁର୍ଘଟଣା  ଘଟି ଥିବା କୁହାଯାଉଛି । ତେବେ ସମସ୍ତ ଲୋକ ପାତ୍ରପୁର ବ୍ଲକ ବୁରାତାଲ ଓ ତୁମ୍ବା ପଞ୍ଚାୟତର ବୋଲି ସୂଚନା ରହିଛି । ତେବେ ଦୁର୍ଘଟଣାର କାରଣ ଏବେ ବି ସ୍ପଷ୍ଟ ହୋଇନାହିଁ ।