ଧାନ ଗଦା ସହ ଟ୍ରାକ୍ଟର ରେ ନିଆଁ ଲାଗି ସବୁ କିଛି ପୋଡିଗଲା

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଧୂଙ୍ଗିୟାଡିହି ଗ୍ରାମ ତିନି ଚାଷୀ ଙ୍କ ଧାନ ଗଦା ସହ ଟ୍ରାକ୍ଟର ରେ ନିଆଁ ଲାଗି ସବୁ କିଛି ପୋଡି ଯାଇଛି । ଟ୍ରାକ୍ଟର ଟି ଧାନ ଥ୍ରୋସର ଲଗେଇ ଧାନ ମିଣ୍ଡେଉ ଥିବା ସମୟରେ ସର୍ଟ ସର୍କିଟ ଯୋଗୁଁ ଏହି ଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡ ଘଟିଥିବାର ଖବର ପାଇ ରାଇଘର ଅଗ୍ନିଶ୍ରମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା । ତେବେ ଚାଷୀ ମାନେ ଧାର କରଜ କରି ଚାଷ କରିଥିବା ବେଳେ ଏହି ଘଟଣା ଯୋଗୁଁ ସେମାନଙ୍କ ସର୍ବସ୍ୱ ହରାଇଛନ୍ତି ।