ଚନ୍ଦ୍ରଗ୍ରହଣର ସର୍ବମୋକ୍ଷ ୬ଟା ୧୮ ମିନିଟରେ

The total eclipse of the moon is at 6:18 p.m

ଭୁବନେଶ୍ୱର : ଚଳିତ ବର୍ଷର ଆଜି ଶେଷ ଚନ୍ଦ୍ରଗ୍ରହଣ । ସେଥିଲାଗି ଆଜି ୫ଟା ୫୪ ମିନିଟ ୫୩ ସେକେଣ୍ଡରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ । ହିମ୍ଭଗ୍ରହଣ ସନ୍ଧ୍ୟା ୫ଟା ୫ ମିନିଟ ୫୯ ସେକେଣ୍ଡ ଠାରୁ ୬ଟା ୧୮ ମିନିଟ୍ ୪୭ ସେକେଣ୍ଡ ଯାଏଁ ଦୃଶ୍ୟମାନ ହେବ । ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖାଯିବ । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଗ୍ରହଣ ଲାଗୁଥିବାରୁ ଶ୍ରଦ୍ଧାଳୁ ମାନେ ଦେବ ନୀତି ଏବଂ କାର୍ତ୍ତିକ ଡଙ୍ଗା ଭସେଇ ସାରିଛନ୍ତି ।

ଅନ୍ୟପଟେ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି ରାତି ୧୨ ଟା ୧୦ରେ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତୀ , ଅବକାଶ ନୀତି ହୋଇ ରାତି ସାଢେ ୨ଟା ସୁଦ୍ଧା ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ ସରିଛି । ଦିନ ୨ଟା ୩୮ ମିନିଟରେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି କରାଯିବ । ତେବେ ଗ୍ରହଣ ନୀତିକୁ ଦେଖି ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ସୁନାବେଶ ଦେଖିପାରିବେ ନା ନାହିଁ ତାହା ନିଷ୍ପତ୍ତି ହୋଇନି । ସନ୍ଧ୍ୟା ୬ଟା ୧୮ ମିନିଟରେ ସର୍ବମୋକ୍ଷ ପରେ ମ ହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି କରାଯିବ ।