ମଙ୍ଗୁଳିରେ ବାଲି ମାଫିଆଙ୍କ ଆତଙ୍କ

(କଟକ): ଓଡିଶା ସରକାରଙ୍କ ପାଖରେ ରାଜ୍ୟକୁ ଚଳାଇବା ପାଇଁ ଅର୍ଥ ନାହିଁ । ରାଜ୍ୟ ସରକାର ବିଶ୍ୱ ବ୍ୟାଙ୍କରୁ ଋଣ ପରେ ଋଣ ଆଣିଚାଲିଛନ୍ତି । ରାଜ୍ୟରେ ଜନ୍ମ ନେଉଥିବା ପ୍ରତ୍ୟକ ପିଲା ମୁଣ୍ଡରେ ୨୪ ହଜାର ଟଙ୍କାରୁ ଊଦ୍ଧ୍ୱର୍ ଋଣ ଭାର । କାରଣ ରାଜ୍ୟରେ ସବୁଠି ଚାଲିଛି ଦୁର୍ନୀତି । ପ୍ରାକୃତିକ ଖଣିଜ ସମ୍ପଦରେ ଭରପୁର ଆମ ରାଜ୍ୟ । ହେଲେ ମାଫିଆମାନଙ୍କ ପାଇଁ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ରାଜ୍ୟ ସରକାର । ଏପରି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗି ଥାନା ଅଧୀନ ମଙ୍ଗୁଳି ଛକରେ ।
ବାଲି ମାଫିଆମାନେ ମଙ୍ଗୁଳି ଛକର ବିଭିନ୍ନ ସ୍ଥାନରେ ବାଲି ଜମା କରି ପଡୋଶୀ ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଆଦି ସ୍ଥାନକୁ ଚୋରା ବାଲି ଚାଲାଣ କରୁଛନ୍ତି । ପ୍ରତିଦିନ ଶହ ଶହ ଟ୍ରକ ବାଲିର ଚୋରା କାରବାର ହେଉଛି। କିଛି ପ୍ରଶାସନିକ ଅଧିକାରୀଙ୍କ ସଲାସୁତୁରାରେ ବାଲି ଚାଲାଣ କରାଯାଉଛି । ତେଣୁ କେହି ଏହାକୁ ଅଟକାଉନାହାନ୍ତି । ଏନେଇ ଜଗତପୁର ତହସିଲଦାର ଓ ଟାଙ୍ଗି ଥାନା ଅଧିକାରୀଙ୍କୁ ପଚାରିଲେ କୌଣସି ଉତ୍ତର ମିଳୁନାହିଁ । ଏଠି ସାଧାରଣ ରେ ପ୍ରଶ୍ନ ଉଠୁଛି ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ନିରବ ଦ୍ରଷ୍ଟା ସାଜିଛନ୍ତି କଣ ପାଇଁ ? ଏହାର ବିଧିବଦ୍ଧ ତଦନ୍ତ ପାଇଁ ସରକାରଙ୍କ ନିକଟରେ ଦାବି ଜଣାଇବା ସହ, ସୁଫଳ ନମିଳିଲେ ତହସିଲ ଓ ଥାନା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ଅଂଚଳ ବାସୀ ।